ମଞ୍ଚ ଉପରେ ମୋଦୀଙ୍କ ସ୍କିମ୍‌ ବିଷୟରେ କହୁଥିଲେ ବିଜେପି ସାଂସଦ, ଛାଡ଼ି ପଳାଇଲା ତାଙ୍କୁ ନେଇ ଆସିଥିବା ହେଲିକପ୍ଟର

ବର୍ତ୍ତମାନ ଏକ ବଡ଼ ଖବର ଚର୍ଚ୍ଚା ର ବିଷୟ ପାଲଟିଛି। ବିଜେପି ର ସାଂସଦ ତଥା ପୂର୍ବ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ଙ୍କ ପୁଅ ରାଜବିର ସିଂହ ଏକ ଜନସଭା କୁ ସମ୍ବୋଧନ କରୁଥିବା ବେଳେ ତାଙ୍କୁ ହେଲିକପ୍ଟର ନ ନେଇ ଚାଲି ଯାଇଥିଲା। ଏହି ଖବର ଟି ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଥିବା ବେଳେ ଏହାର କାରଣ ମଧ୍ୟ ସାମ୍ନା କୁ ଆସିଛି।

ସୂଚନା ମୁତାବକ କୈସାମ୍ବି ରୁ ବିଜେପି ପ୍ରାର୍ଥୀ ଥିବା ବିନୋଦ ସେନାକର ଙ୍କୁ ସମର୍ଥନ କରି ସେଠାକୁ ପ୍ରଚାର କରିବାକୁ ଯାଇଥିଲେ ରାଜବୀର ସିଂହ। ସେହି ସଭା ରେ ସେ ନିଜ ଭାଷଣ ଆରମ୍ଭ କରି ନିର୍ଦ୍ଧିଷ୍ଟ ସମୟ ଭିତରେ ସାରି ପାରିନଥିଲେ।ତାଙ୍କୁ ଫେରିବାକୁ ବିଳମ୍ବ ହେଉଛି ବୋଲି ତାଙ୍କୁ ସଂକେତ ଦେଲା ପରେ ବି ସେ ୧୦ ମିନିଟ୍ ୧୦ ମିନିଟ୍ କହି ସମୟ ବଢାଇ ଚାଲିଥିଲେ। ସେ ଭାଷଣ ସରାଇବା ପରିବର୍ତ୍ତେ ମୋଦି ଙ୍କ ସ୍କିମ୍ ବିଷୟରେ କହି ଚାଲିଥିଲେ। ତେବେ ହେଲିକପ୍ଟର ପାଇଲଟ୍ ର ଅନ୍ୟ ସ୍ଥାନରେ ଡ଼ିଉଟି ଥିବାରୁ ସେ ରାଜବିର ଙ୍କୁ ଛାଡି ପଳାଇଥିଲେ। ଯାହାପରେ ରାଜବିର ଙ୍କୁ ସଡ଼କ ପାଥ ରେ ଲକ୍ଷ୍ନୌ ଯିବାକୁ ପଡ଼ିଥିଲା ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *