ଓଡ଼ିଶାରେ ତାଣ୍ଡବ ରଚିବ ବାତ୍ୟା ଫୋନି,୪ଟି ପରେ ପୁଣି ଆଉ 13ଟି ଜିଲ୍ଲାକୁ ଘୋଷଣା ହେଲା ହାଇ ଆଲର୍ଟ

ସୃଷ୍ଟି ହେଇଥିବା ସାମୁଦ୍ରିକ ଝଡ ଫୋନି କ୍ରମଶଃ ଉଗ୍ର ରୂପ ନେବାକୁ ଯାଉଛି I ଘଣ୍ଟା ପ୍ରତି 15/20 କିମି ବେଗରେ ମାଡିଆସୁଥିବା ଫୋନି ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡିଶା ଛୁଇଁବ I ତେବେ ଏହା ପୁରୀର କୃଷ୍ଣପ୍ରସାଦ ରେ ଲାଣ୍ଡଫଲ କରିବ ବୋଲି ଆକଳନ କରାଯାଇଥିବା ବିଶେଷଜ୍ଞ ମାନେ ସୂଚନା ଦେଇଛନ୍ତି I ପୂର୍ବରୁ ଖୋର୍ଦ୍ଧା ପୁରୀ କେନ୍ଦ୍ରାପଡା ଗଞ୍ଜାମ କୁ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ଏବେ ପୁଣି ଅନ୍ୟ ଜିଲ୍ଲା ମାନଙ୍କର ନାମ ଘୋଷଣା କରାଯାଇଛି ଏବଂ ସତର୍କ ରହିବାକୁ କୁହାଯାଇଛି

ପୂର୍ବାନୁମାନ ଅନୁଯାଇ ୨ ତାରିଖ ଦିନ ପୁରୀ ,ଖୋର୍ଦ୍ଧା , ଗଞ୍ଜାମ , ଗଜପତି ସହିତ କନ୍ଧମାଳ ଏବଂ ରାୟଗଡ଼ା ରେ ପ୍ରବଳ ବର୍ଷା ସହିତ କୁଆପଥର ମାଡ ହେବ ବୋଲି ପାଣିପାଗ ତରଫରୁ ସୂଚନା ଦିଆଯାଇ ଅରେଞ୍ଜ ଆଲର୍ଟ ଜାରି କରା ଯାଇଥିବା ବେଳେ ୩ ତାରିଖ ଦିନ ଏହି ସବୁ ଜିଲ୍ଲାରେ ରେଡ଼ ଆଲର୍ଟ ସହିତ କଟକ ,ନୟାଗଡ଼, କେନ୍ଦ୍ରାପଡ଼ା,ଜଗତସିଂହପୁର,ବାଲେଶ୍ୱର, ଯାଜପୁର, ଭଦ୍ରକ,,ଢେଙ୍କାନାଳ ,ଅନୁଗୁଳ,କେନ୍ଦୁଝର, ମୟୂରଭଞ୍ଜରେ ଅତି ଜୋରରେ ବର୍ଷା ଲାଗିରହିବ ବୋଲି ରେର୍ଡ ଆଲଟ୍‌ ଜାରି କରାଯାଇଛି

ସେହିପରି ୪ ତାରିଖ ଦିନ କେନ୍ଦ୍ରାପଡା , ଯାଜପୁର,କେନ୍ଦୁଝର ବାଲେଶ୍ୱର ,ଭଦ୍ରକ,ଏବଂ ମୟୂରଭଞ୍ଜରେ ପ୍ରବଳ ବେଗରେ ବର୍ଷା ବର୍ଷୀବ I ଏହି ସବୁ ଜାଗାରେ ରେର୍ଡ ଆଲର୍ଟ ଘୋଷଣା କରାଯାଇଛି I ଏହାସହିତ ଏହିଦିନ ଢେଙ୍କାନାଳ ,କଟକ,ଅନୁଗୁଳରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ସହିତ କୁଆପଥର ମାଡ ହେବ ବୋଲି ପୂର୍ବାନୁମାନ କରାଯାଇଥିବା ବେଳେ ଏସବୁ ପାଇଁ ଅରେଞ୍ଜ ଆଲର୍ଟ ଘୋଷଣା କରାଯାଇଛି

I ଅନ୍ୟ ଜିଲ୍ଲା ଗୁଡିକରେ ପାଗ ମେଘୁଆ ରହିବା ସହିତ ବର୍ଷା ହେବାର ସମ୍ଭାବନା ରହିଅଛି I

Leave a Reply

Your email address will not be published. Required fields are marked *