ଫନି ମୁକାବିଲା : ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର ଏବଂ ଯାଜପୁର ପାଇଁ ୫ ଜଣ ଆଇଏଏସଙ୍କୁ ଦାୟିତ୍ୱ, ଡାକ୍ତରଙ୍କ ଛୁଟି ବାତିଲ୍

ମାଡ଼ି ଆଶୁଛି ସାମୁଦ୍ରିକ ବାତ୍ୟା ଫନି। ଏହି ବାତ୍ୟା କୁ ନେଇ ରାଜ୍ୟ ସରକାର ଙ୍କ ପକ୍ଷ ରୁ ବ୍ୟାପକ ତତ୍ପରତା ଦେଖିବାକୁ ମିଳିଛି। ଏହି ସାମୁଦ୍ରିକ ବାତ୍ୟା ଫନି ପାଇ ରାଜ୍ୟ ସରକାର ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବାତ୍ୟା କୁ ଦୃଷ୍ଟି ରେ ରଖି ସରକାର ରାଜ୍ୟ ର ସମସ୍ତ ଶିକ୍ଷାନୁଷ୍ଠାନ ଓ ଏହି ସମୟରେ ହେଉଥିବା ସମସ୍ତ ପରୀକ୍ଷା କୁ ବାତିଲ କରାଯାଇଛି। ଏହା ବ୍ୟତୀତ ବାତ୍ୟା ପ୍ରଭାବିତ ଅଞ୍ଚଳ ରେ ସରକାର ଆଇଏଏସ୍ ଙ୍କୁ ନିଯୁକ୍ତ ଦେଇଛନ୍ତି। ଏହା ସହିତ ଆସନ୍ତା ୧୫ ତାରିଖ ଜାକେ ରାଜ୍ୟ ର ସରକାରୀ ଡାକ୍ତର ଙ୍କ ସମସ୍ତ ପ୍ରକାର ଛୁଟି କୁ ବାତିଲ କରାଯାଇଛି।

ଏହି ସାମୁଦ୍ରିକ ବାତ୍ୟା ଫନି ର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବେଶ୍ ତତ୍ପର ଅଛନ୍ତି। ଫନି ଦ୍ବାରା ବେଶୀ ପ୍ରଭାବିତ ୫ ଜିଲ୍ଲା ପାଇଁ ୫ ଜଣ ଆଇଏଏସ୍ ଙ୍କୁ ରାଜ୍ୟ ସରକାର ଦାୟିତ୍ଵ ଦେଇଛନ୍ତି। ପୁରୀ ଜିଲ୍ଲା ରେ ସୁରେଶ୍ ମହାପାତ୍ର ଙ୍କୁ , ଜଗତସିଂହପୁର ଜିଲ୍ଲା ପାଇଁ ପ୍ରଦୀପ୍ତ ମହାପାତ୍ର, କେନ୍ଦ୍ରାପଡ଼ା ପାଇଁ ପ୍ରଦୀପ ଜେନା, ଯାଜପୁର ପାଇଁ ଅନିଲ ସାମଲ, ଏବଂ ବାଲେଶ୍ବର ପାଇଁ ବଲୱାନ୍ତ ସିଂହ ଙ୍କୁ ଦାୟିତ୍ଵ ଦିଆଯାଇଛି।

ଏହା ସହିତ ବାତ୍ୟା ପାଇଁ ସମସ୍ତ ସରକାରୀ ସ୍ବାସ୍ଥ୍ୟ କର୍ମଚାରୀ ଓ ଡାକ୍ତର ଙ୍କ ଛୁଟି ମେ ୧୫ ଯାଏଁ ବାତିଲ କରାଯାଇଛି। ଛୁଟି ରେ ଥିବା ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମୀ ଯେଉଁଠି ବି ଥିଲେ ବି ମୁଖ୍ୟ ଚିକିତ୍ସାଳୟ କୁ ଆସି ସନ୍ଧ୍ୟା ସୁଦ୍ଧା ରିପୋର୍ଟ୍ କରିବେ। ଯେଉଁମାନେ ରିପୋର୍ଟ୍ ନକରିବେ ସେମାନଙ୍କ ବାବଦ ରେ ରାଜ୍ୟ ସରକାର ଙ୍କୁ ଅବଗତ କରାଇବାକୁ ସେଠାକାର ସିଡ଼ିଏମ୍ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *