ସାମ୍ନାକୁ ଆସିଲା ହିମାଳୟର ରହସ୍ୟମୟ ହିମମାନବ । ଭାରତୀୟ ସେନା ଜାରି କଲା ଫଟୋ

ପୃଥିବୀରେ ଏପରି କିଛି ଯିବ ଅଛନ୍ତି ଯାହାକି ବେଳେବେଳେ ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଅଜବ ଲାଗିଥାଏ I ଏମିତିକି ଏଲିଅନ ଥିବାର ମଧ୍ୟ ଅଧିକାଂଶ ସମୟରେ ଦାବି କରାଯାଉଛି I ତେବେ ହିମାଳୟରେ ଏମିତି ଏକ ଯିବ ନଜର କୁ ଆସିଛି ଯାହାକୁ ସାଧାରଣତଃ ହିମ ମାନବ ବୋଲି କୁହାଯାଇଛି I ସାଧାରଣ ତା ହିମାଳୟ ର ବରଫ ପାଦଦେଶରେ ତିଷ୍ଠିବା ଏତେ ସହଜ ନୁହେଁ ,ବରଫାଞ୍ଚଳ ରେ କିଛି ନିର୍ଦ୍ଧିଷ୍ଟ ଜୀବଜନ୍ତୁ ରହିଥାନ୍ତି I କିନ୍ତୁ ଭାରତୀୟ ସେନା ଦାବି କରିଛି କି ହିମାଳୟରେ ହିମ ମାନବ ରହିଛି I ଏନେଇ ଏକ ଫୋଟ ମଧ୍ୟ ଜାରି କରିଛି ସେନା ବିଭାଗ

I ଯେଉଁଥିରେ କି ଏହି ହିମ ମାନବର ଚାଲିଯାଇଥିବାର ପଦଚିହ୍ନ ରହିଛି I ପାଦଚିହ୍ନ କୁ ନେଇ ପରୀକ୍ଷଣ ଆରମ୍ଭ ହେଇଯାଇଛି I କେଉଁଠି ରହୁଛନ୍ତି ଏହି ହିମ ମାନବ ? କଣ ସବୁ ତାଙ୍କର ଵିଶେଶ୍ୱତ୍ୱ ? ଏପରି ଅନେକ ପ୍ରଶ୍ନ ର ଉତ୍ତର ପାଇବାକୁ ଜୋରଦାର ଗବେଷଣI ଆରମ୍ଭ ହେଇଯାଇଛି I ତେବେ ସେନା ଙ୍କ ଯୁକ୍ତି ଅନୁଯାଇ ହିମାଳୟର ମାକାଲୁ ବେସ କ୍ୟାମ୍ପରେ ବଡ ବଡ ପାଦ ଚିହ୍ନ ଦେଖାଯାଇଛି ଏହା ନିହାତି ଭାବରେ ହିମାଳୟ ର ବିଶାଳକାଳ ହିମ ମାନବ ର ହେଇଥିବ I

ତେବେ ସେନା ଙ୍କ କଥା ମଧ୍ୟ ଅସ୍ବୀକାର କରାନଯାଇପାରେ କାହିଁକିନା ପ୍ରଥମରୁ ହିଁ ଶୁଣାଯାଉଥିଲା କି ହିମାଳୟ ରେ ହିମ ମାନବ ବା ବରଫ ରେ ରହୁଥିବା ବିଶାଳ ୟେତି ରହୁଥିଲେ ଏପରିକି ବହୁ ପୂର୍ବରୁ ମଧ୍ୟ ସେମାନଙ୍କୁ ଦେଖିଥିବା ଅନେକ ପ୍ରମାଣ ରହିଛି କିନ୍ତୁ କ୍ରମଶଃ ଏହାର ବଂଶ ଲୋପ ପାଇଯାଇଥିଲା Iସୂଚନା ଥାଉ କି ୟେତି ହେଉଛି ଏକ ମାଙ୍କଡ ଜାତୀୟ ଯିବ I

ଏହା ଦେଖିବାକୁ ଗରିଲା ପରି ବିଶାଳ ବଡ ଏବଂ ବହୁତ ଲମ୍ବା । ଏହା ସାଧାରଣତଃ ବରଫ ଅଞ୍ଚଳ ଯଥା ପୂର୍ବ ଏସିଆ , ହିମାଳୟ ଏବଂ ସାଇବେରିଆ ରେ ବହୁ ପୂର୍ବରୁ ଦେଖିବାକୁ ମିଳୁଥିଲା I ଏହା ର ଶରୀର ସାରା ବଡ ବଡ ଧଳା ଲୋମ ଢାଙ୍କି ରହୁଥିଲା I

Leave a Reply

Your email address will not be published. Required fields are marked *