ସ୍ବାମୀ,ଶ୍ବଶୁର ଏବଂ ଦୁଇ ଦାଦା ମିଶି ନୂଆ ବୋହୁ କୁ ଘରେ ବନ୍ଦୀ କରି ଲଗାତାର କରୁଥିଲେ ଧର୍ଷଣ

ଝିଅଟିଏ ବାହାହେଇ ଶାଶୁଘରକୁ ଆସିବା ପରେ ସ୍ୱାମୀ ହିଁ ତାର ସବୁକିଛି I ସୁଖଦୁଃଖ ସାଥି ହେଇଥାଏ I ସ୍ତ୍ରୀ ରକ୍ଷାକବଚ ସ୍ୱାମୀ ପାଲଟିଥାଏ I କିନ୍ତୁ ମୋହାଲି ରେ ଏମିତି ଏକ ଘଟଣା ଘଟିଛି ଯାହାକି ବହୁତ ହୃଦୟବିଦାରକ ଅଟେ I ନିଜ ସ୍ୱାମୀ ସହିତ ଶଶୁର ଏବଂ ଦାଦାଶ୍ବଶୁର ଜୋର ଜବରଦସ୍ତ ନୂଆ ବୋହୂ କୁ ଧର୍ଷଣ କରୁଥିଲେ I ସୂଚନା ଅନୁଯାଇ ପଞ୍ଜାବର ମୋହାଲି ର ଏକ ଛୋଟିଆ ଗାଁ ରେ ଯାମିନୀ ର ବିବାହ ହେଇଥିଲା I ଅନେକ ଆଶା ନେଇ ନୂଆବୋହୂ ଟି ଶାଶୁଘର କୁ ଆସିଥିଲା I ଆଖିରେ ଥିଲା ଆଖିଏ ସ୍ବପ୍ନ ,ମନରେ ଅନେକ ଅସୁମାରୀ ସ୍ବପ୍ନ I କିନ୍ତୁ ଶାଶୁଘରେ ପାଦ ଦେବାପରେ ତାର ସବୁ ସ୍ବପ୍ନ ଧୂଳିସାତ ହେଇଯାଇଥିଲା I

ଜାଣିବାକୁ ପାଇଥିଲା ତା ସ୍ୱାମୀ ଜଣେ ନିଶାଖୋର ବ୍ୟକ୍ତି I ତେବେ ପରେ ବେଶୀ ଚକିତ ହେଇଯାଇଥିଲା ଯେତେବେଳେ ତା ଶଶୁର ଏବଂ ସାନ ଦାଦାଶ୍ବଶୁର ତାକୁ ଜୋର ଜବରଦସ୍ତ ଧର୍ଷଣ କରିଥିଲେ I ନୂଆ ବୋହୂକୁ ଶଶୁର ଙ୍କ ଏଭଳି ଧର୍ଷଣ ରେ ମୁଂହ ଖୋଲିପାରୁନଥିଲା ବୋହୂଟି I

ସ୍ୱାମୀ ମଧ୍ୟ ନିଶାରେ ଥାଏ ,ବିଚରା ଶେଷରେ ବାଧ୍ୟ ହେଇ ସେ ନର୍କପୁରୀ ଛାଡିବାକୁ ମନସ୍ତ କରିଥିବା ବେଳେ ତାକୁ ପଣବନ୍ଦୀ କରି ଘରେ ଲୁଚାଇ ରଖି ଦୁଷ୍କର୍ମ କରୁଥିଲେ , ଜୀବନ ବଞ୍ଚାଇବାକୁ ବୋହୂଟି ବାଧ୍ୟ ହେଇ ମୁକୁଳିବାକୁ ଚାଁହୁଥିଲା ,ସୁଯୋଗକ୍ରମେ ଦିନେ ଖସିଆସି ଥାନାରେ ଦାଦା ଶ୍ବଶୁର,ଶ୍ବଶୁର,ଏବଂ ସ୍ୱାମୀ ନାମରେ ଏତଲା ଦେବା ପରେ ଘଟଣାଟି ଏବେ ଚର୍ଚାର ବିଷୟ ପାଲଟିଛି I

ଘଟଣାରେ ସମ୍ପୃକ୍ତ ସ୍ବାମୀ ଅମରଜିତ ସିଂହ, ଦୁଇ ଜଣ ଦାଦା ଶ୍ବଶୁର ଯଶପାଲ ସିଂହ ଏବଂ ଗୁରମୟଲ ସିଂହଙ୍କ, ଶ୍ବଶୁର ଅବତାର ସିଂହ, ଙ୍କ ବିରୋଧରେ ପୋଲିସ ତଦନ୍ତ ଜାରି ରଖିଛି I

Leave a Reply

Your email address will not be published. Required fields are marked *