ଆସନ୍ତାକାଲି ସକାଳ ୧୦ଟାରୁ ୧୨ଟା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ‘ଫନୀ’, ଖୋର୍ଦ୍ଧା ରେ ଉପୁଡିପଡିଲାଣି ବଡ ବଡ ଗଛ

ଓଡିଶା କୁ ମାଡି ଆସୁଥିବା ବାତ୍ୟା ଫନି ଆକଳନ ଅନୁଯାଇ ଆସନ୍ତାକାଲି ଅପରାହ୍ନରେ ଓଡ଼ିଶାରେ ଲ୍ୟାଣ୍ଡ ଫଲ କରିବ ବୋଲି ପାଣିପାଗ ବିଶେଷଜ୍ଞ ମାନେ ପୂର୍ବାନୁମାନ କରିଥିଲେ ମଧ୍ୟ ପୁନର୍ବାର ଏହାର ଗତି ବଢ଼ିବାରେ ଲାଗିଛି I ଧୀରେ ଧୀରେ ଏହା ଓଡିଶା ପାଖାପଖି ହେବାରେ ଲାଗିଛି I ପୁରୀଠାରୁ ମାତ୍ର ୩୬୦କିମି ଦୂରରେ ରହିଥିବା ବେଳେ ଘଣ୍ଟା ପ୍ରତି ଏହାର ବେଗ ରହିଛି ୧୬ କିମି I ଆସନ୍ତକାଲି ସକାଳ ୧୦ଟାରୁ ୧୨ଟା ମଧ୍ୟରେ ଏହା ଓଡିଶା ଛୁଇଁବ I

ଏହି ସମୟରେ ଘଣ୍ଟା ପ୍ରତି ୧୭୦ ରୁ ୧୮୦ କିମି ବେଗରେ ପବନ ବହିବା ସହିତ ପ୍ରବଳ ରୁ ଅତି ପ୍ରବଳ ରେ ବର୍ଷା ଲାଗି ରହିବ I ତେବେ ଏହା ଯେତିକି ପାଖେଇ ଆସୁଛି ସେତିକି ପରିମାଣରେ ଓଡ଼ିଶାରେ ପବନ ସହିତ ବର୍ଷା ବଢ଼ିବାରେ ଲାଗିଛି Iବାତ୍ୟା ପ୍ରଭାବ ରେ ସବୁଆଡେ ବର୍ଷା ପବନ ଲାଗି ରହିଥିବା ବେଳେ ଖୋର୍ଦ୍ଧାରେ ଫନି ର ତାଣ୍ଡବ ଦେଖିବାକୁ ମିଳିଛି I ପବନ ଏତେ ଜୋର ରେ ହେବାକୁ ଲାଗିଛି ଯେ ବଡ ବଡ ଉପୁଡି ପଡିଛି I

ଫନି ପ୍ରଭାବ ରେ ଚନ୍ଦକା-ମେଣ୍ଢାଶାଳ ରାସ୍ତାରେ ବଡ ବଡ ଗଛ ଉପୁଡି ରାସ୍ତା ଅବରୋଧ ହେଇଥିବା ବେଳେ ଓଡ୍ରାଫ ଟିମ ଦ୍ୱାରା ରାସ୍ତା ସଫା ଚାଲିଛି I

Leave a Reply

Your email address will not be published. Required fields are marked *