କାଲି ଲ୍ୟାଣ୍ଡଫଲ୍ କରିବ ଭୟଙ୍କର ବାତ୍ୟା ‘ଫୋନି’ । ସକାଳୁ ଘରୁ ନବାହାରିବା ପାଇଁ ଜାରି ହେଲା ସତର୍କ ସୂଚନା ।

ମାଡ଼ି ଆସୁଅଛି ଭୟଙ୍କର ବାତ୍ୟା ଫନୀ। ସାମୁଦ୍ରିକ ବାତ୍ୟା ଫନୀ ଏବେ ସିଭିଅର ସାଇକ୍ଲୋନ ର ରୂପ ନେଇ ସାରିଲାଣି। ଏହି ଝଡ ବର୍ତ୍ତମାନ ପୁରୀ ଠାରୁ ୩୩୦ କିଲୋମିଟର ଦୂର ଏବଂ ବିଶାଖାପାଟଣା ଠାରୁ ୧୮୦ କିଲୋମିଟର ଦୂର ରେ ରହିଛି। ବର୍ତ୍ତମାନ ର ଅପଡେଟ ଅନୁସାରେ ଏହି ବାତ୍ୟା ଆସନ୍ତାକାଲି ଦିନ ୧୦ ଟା ରୁ ୧୨ ଟା ସୁଦ୍ଧା ପୁରୀ ନିକଟରେ ଲ୍ୟାଣ୍ଡ ଫଲ୍ କରିବ। ଏହି ସମୟରେ ପବନ ର ବେଗ ସର୍ବାଧିକ ୨୧୦ କିଲୋମିଟର ରହିବାର ସମ୍ଭାବନା ଅଛି।

ଏହି ବାତ୍ୟା କୁ ଆଖି ଆଗରେ ରଖି ଜନସାଧାରଣ ଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା କାଲି ସକାଳୁ କେହି ଘରୁ ବାହାରକୁ ନ ବାହାରିବା ପାଇଁ ଜନସାଧାରଣଙ୍କୁ କୁହାଯାଇଛି। ଦୋକାନ, ବଜାର, ଅଫିସ୍, ଗାଡି ମଟର ଚଳାଚଳ ସବୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ଅତିକ୍ରମ କରିବା ପର୍ଯ୍ୟନ୍ତ ସମସ୍ତେ ଘର ଭିତରେ ନିରାପଦ ରୁହନ୍ତୁ।

Leave a Reply

Your email address will not be published. Required fields are marked *