କୋଣାର୍କ ରେ ଫୋନିର ଆଗୁଆ ତାଣ୍ଡବ, ସମୁଦ୍ର ଅଶାନ୍ତ, ପ୍ରୋଟେକ୍ସନ ୱାଲ ଛୁଇଁ ସାରିଲାଣି ଲହଡି

ଖୁବ ଭୟଙ୍କର ବେଗରେ ମାଡି ଆସୁଥିବା ବାତ୍ୟା ଫୋନି ପୁରୀର କୋଣାର୍କ ବାଲୁଖଣ୍ଡ ରେ ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଶେଷଜ୍ଞ ଙ୍କ ଦ୍ୱାରା ଆକଳନ ହେଉଥିବା ବେଳେ ପୁରୀଠାରୁ ଆଉ ମାତ୍ର 550 କିଲୋମିଟର ଦୂରତା ରେ ଅଛି ବାତ୍ୟା ଫୋନି Iତେବେ ଏବେ ଠାରୁ କୋଣାର୍କ ରେ ଦେଖିବାକୁ ମିଳିଲାଣି ବାତ୍ୟା ଫୋନି ର ଭୟଙ୍କର ରୂପ I ଅଶାନ୍ତ ହେଇପଡିଲାଣି ପୁରୀ ଚନ୍ଦ୍ରଭାଗା I ବିରାଟ ଜୁଆର ସହିତ ପ୍ରଚଣ୍ଡ ଗର୍ଜନ ରେ କୁଳ ଲଙ୍ଘିଲାଣି ଚନ୍ଦ୍ରଭାଗା I ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ହେଇପଡିଥିବା ବେଳେ ପ୍ରସାଶନ ତରଫରୁ ସମୁଦ୍ର ନିକଟକୁ ନଯିବାକୁ ପ୍ରଚାର କରାଯାଉଛି I

ଏପରିକି ଆସିଥିବା ପର୍ଯ୍ୟଟକ ମାନେ ଭୟଭୀତ ହେଇ ପୁରୀ ଛାଡ଼ୁଛନ୍ତି Iନିର୍ମାଣ ହେଇଥିବା ପ୍ରୋଟେକ୍ସନ ୱାଲ କୁ ବର୍ତମାନ ସୁଦ୍ଧା ସମୁଦ୍ର ଲହଡି ଛୁଇଁ ସାରିଲାଣି I ଅପରପକ୍ଷରେ ପୁରୀରୁ ପାଖାପାଖି 1ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବାକୁ ପ୍ରସାଶନ ତରଫରୁ ପ୍ରସ୍ତୁତି ଜାରି ରହିଛି I

Leave a Reply

Your email address will not be published. Required fields are marked *