୫୦କିମି ବେଗରେ ପବନ ବହିଲେ ବିଜୁଳି କଟିବ, ଠପ ହେଇପାରେ ମୋବାଇଲ ଏବଂ ଇଣ୍ଟରନେଟ

ସମ୍ଭାବ୍ୟ ବାତ୍ୟା ଫନି କୁ ମୁକାବିଲା କରିବାକୁ ପ୍ରସାଶନ ତରଫରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହେଇସାରିଥିବା ବେଳେ ଆଉ ମାତ୍ର କିଛିସମୟ ଅପେକ୍ଷା ପରେ ଓଡିଶା ଛୁଇଁବାକୁ ଯାଉଛି ଫନି I ସୂଚନା ଅନୁଯାଇ ଆସନ୍ତା କାଲି ସକାଳ 8ରୁ 10 ମଧ୍ୟରେ କୌଣସି ସମୟରେ ଓଡିଶା ଛୁଇଁପାରେ ଫନି I ଏହି ସମୟରେ ପାଖାପାଖି ୧୭୦ରୁ ୧୮୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ଆକଳନ କରିଥିବା ବେଳେ ଆଗୁଆ ସତର୍କ ଜାରି କରିଛି ବିଦ୍ୟୁତ ବିଭାଗ I

ସୁରକ୍ଷା ଦୃଷ୍ଟିରୁ 50କିମି ବେଗରେ ପବନ ବହିଲେ ବିଦ୍ୟୁତ ବିଭାଗ ତରଫରୁ ସଂଯୋଗ ବିଚ୍ଛିନ୍ନ କରାଯିବ।ଫନି ପ୍ରଭାବ ରେ ବିଦ୍ୟୁତ ବିଭାଗରେ ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ଥିବାବେଳେ ବିଦ୍ୟୁତ ବିଭାଗ ପକ୍ଷରୁ ଘନ ଘନ ବୈଠକ ସହିତ ପ୍ରସ୍ତୁତି ଜାରି ରହିଛି I

ବାତ୍ୟା ସମୟରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବିଦ୍ୟୁତ ବ୍ୟାହତ ରହିବ ଏବଂ କୌଣସି ସ୍ଥାନରେ ଯଦି କୌଣସି ବିଦ୍ୟୁତ ଜନିତ କ୍ଷୟକ୍ଷତି ହୁଏ ତେବେ ତୁରନ୍ତ ନିକଟସ୍ତ ବିଦ୍ୟୁତ କାର୍ଯ୍ୟାଳୟ ରେ ଜଣାଇବାକୁ କୁହାଯାଇଛି I

Leave a Reply

Your email address will not be published. Required fields are marked *