ବାତ୍ୟା ଫୋନି ଓଡିଶା ଛୁଇଁବା ଆଗରୁ ଜନ୍ମ ନେଲା ଫୋନି

ଚାରିଆଡେ ଏବେ ଗୋଟିଏ କଥା ,ସମସ୍ତଙ୍କ ମନରେ ଭୟ ଏବଂ ଆଶଙ୍କା I ଓଡିଶା ଛୁଇଁବାକୁ ଯାଉଛି ବାତ୍ୟା ଫୋନି I ଆଉ ମାତ୍ର ଅଳ୍ପ ସମୟ ମଧ୍ୟରେ ଓଡ଼ିଶାରେ ଲ୍ୟାଣ୍ଡଫଲ କରିବାକୁ ଯାଉଛି ବାତ୍ୟା ଫୋନି I ଏହା ପ୍ରଭାବ ରେ ସବୁଆଡେ ଲଗାଣ ବର୍ଷା ଏବଂ ପବନ ଲାଗି ରହିଛି I ଓଡ଼ିଶାର ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ସ୍ଥାନ ଗୁଡିକରେ ମଧ୍ୟ ପ୍ରସାଶନ ତରଫରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି I

ରାଜ୍ୟସାରା ଫୋନି କୁ ନେଇକି ଭୟ ଏବଂ ଆଶଙ୍କାର ପରିବେଶ ଥିବାବେଳେ ଜଗତସିଂହପୁର ହସ୍ପିଟାଲରେ ଏକ ଘଟଣା ଘଟିଛି I ଏଠାରେ ଜଣେ ଗର୍ଭବତୀ ମା ଏକ ସନ୍ତାନ ଜନ୍ମ ଦେଇଛନ୍ତି I ଗୋଟେ ପଟେ ଫୋନି କୁ ନେଇକି ଡର ଲାଗିରହିଥିବା ବେଳେ ଅନ୍ୟପଟେ ନବଜାତ ସନ୍ତାନ ଖୁଶି ଆଣିଦେଇଛି ଘରେ I

ସେଥିପାଇଁ ଜନ୍ମିତ ସନ୍ତାନ ର ନାମ ଫୋନି ରଖାଯାଇଛି I ଶିଶୁର ପରିବାର ଲୋକେ ଏଭଳି ନାମକରଣ କରିଛନ୍ତି I ପରିବାରରେ ଖୁଶିର ଲହରୀ ଖେଳିଯାଇଥିବା ବେଳେ ସାରା ଅଂଚଳରେ ଏହି ସନ୍ତାନ କୁ ନେଇ ଚର୍ଚା I

Leave a Reply

Your email address will not be published. Required fields are marked *