ଏହି ରାଶିର ଲୋକଙ୍କୁ ରୂପା ମୁଦି ପିନ୍ଧିବା ମନା, ଜାଣନ୍ତୁ କାହିଁକି

ସୁନା କିମ୍ବା ରୂପା ପିନ୍ଧିବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି।କେହି କେହି ଏହି ଧାତୁ ସଉକ ପାଇଁ ପିନ୍ଧନ୍ତି ତ କେହି କେହି ଜ୍ୟୋତିଷଙ୍କ ପରାମର୍ଶ ପାଇ ପିନ୍ଧିଥାନ୍ତି।ରୂପା ମୁଦି ପିନ୍ଧିଲେ ମନ ଶାନ୍ତି ରହିବା ସହ ସଫଳତା ମଧ୍ୟ ପ୍ରାପ୍ତି ହୁଏ।କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରୂପା ସବୁ ରାଶି ପାଇଁ ଲାଭଦାୟକ ହୋଇ ନ ଥାଏ।୧୨ ଟି ରାଶି ମଧ୍ୟରୁ ଏହି ତିନୋଟି ରାଶି ଥିବା ଲୋକଙ୍କୁ ରୂପାର ମୁଦି ପିନ୍ଧିବା ଅନୁଚିତ୍।ତେବେ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ

୧.ମେଷ ରାଶି –

ଏହି ରାଶିର ସ୍ବାମୀ ଗ୍ରହ ହେଉଛନ୍ତି ମଙ୍ଗଳ।ରୂପାର ମୁଦି ପିନ୍ଧିଲେ ଏହି ରାଶିର ଲୋକଙ୍କର କ୍ଷତି ହୋଇଥାଏ।

ଏହି ରାଶିର ଲୋକେ ରୂପା ବ୍ୟବହାର କରିଲେ ଆର୍ଥିକ ସ୍ଥିତି ଖରାପ୍ ହୋଇଥାଏ।

୨.ସିଂହ ରାଶି –

ଏହି ରାଶିର ସ୍ବାମୀ ଗ୍ରହ ହେଉଛନ୍ତି ସୂର୍ଯ୍ୟ। ସୂର୍ଯ୍ୟଙ୍କୁ ଉତ୍ତତ୍ପ ଗ୍ରହ କୁହାଯାଉଥିବା ବେଳେ ଚାନ୍ଦୀ ଶୀତଳତାର ପ୍ରତୀକ।ଏଥିପାଇଁ ସିଂହ ରାଶିର ଲୋକେ ରୂପା ମୁଦି ପିନ୍ଧିଲେ ତାଙ୍କ ପାଇଁ କ୍ଷତିକାରକ ହୋଇଥାଏ।ଏହି ରାଶିର ଲୋକଙ୍କ ପାଇଁ ସୁନା ପିନ୍ଧିବା ଲାଭଦାୟକ ହୋଇଥାଏ।ରୂପା ପିନ୍ଧିଲେ ଆର୍ଥିକ ଅସୁବିଧା ଦେଖା ଯାଇଥାଏ।

୩.ଧନୁ ରାଶି –

ଏହି ରାଶିର ଅଧିପତି ହେଉଛନ୍ତି ଦେବ ଗୁରୁ ବୃହସ୍ପତି।ଏହି ରାଶି ପାଇଁ ଚାନ୍ଦୀ ଧାତୁ ଧାରଣ କରିବା ଅଶୁଭ ମନା ଯାଏ।

ଧନୁ ରାଶିର ବ୍ୟକ୍ତି ଚାନ୍ଦିର କୌଣସି ଅଳଙ୍କାର ପିନ୍ଧିଲେ ଦୁର୍ଘଟଣା ଘଟିବାର ସମ୍ଭାବନା ଅଧିକ ଥାଏ।ସ୍ଵର୍ଣ୍ଣ ଅଳଙ୍କାର ଏମାନଙ୍କ ପାଇଁ ଅଧିକ ଶୁଭପ୍ରଦ ହୋଇଥାଏ।

Leave a Reply

Your email address will not be published. Required fields are marked *