ପୂର୍ବ ପ୍ରସ୍ତୁତି ପାଇଁ ବଞ୍ଚିଗଲା ହଜାର ହଜାର ଜୀବନ ,ଓଡିଶାକୁ ଜାତିସଂଘ ମଧ୍ୟ କଲା ପ୍ରସଂଶା

ଭୟଙ୍କର ବାତ୍ୟା ଫନି ଯେଉଁଭଳି ଭାବରେ ଓଡିଶା ମୁଁହା ହେଇ ମାଡି ଆସିଥିଲା ,ପ୍ରଥମରୁ ଏହା ଆକଳନ କରାଯାଉଥିଲା କି ପ୍ରବଳ ବେଗରେ ପବନ ବହିବ ,କିନ୍ତୁ ଓଡିଶା ପହଁଚିବା ପରେ ପୁରୀ ରେ ଯେଉଁଭଳି ଭାବରେ ତାଣ୍ଡବ ରଚିଲା ସାରା ବିଶ୍ୱର ନଜର ଓଡିଶା ଉପରେ ହିଁ ରହିଥିଲା I କେନ୍ଦ୍ର ଏବଂ ରାଜ୍ୟର ମିଳିତ ସହଯୋଗ ରେ ବାତ୍ୟା ଆସିବା ପୂର୍ବରୁ ଯେଉଁଭଳି ଭାବରେ ପୂର୍ବ ପ୍ରସ୍ତୁତି କରାଯାଇ ଲୋକମାନଙ୍କୁ ସଚେତନ କରାଯିବା ସହିତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଗଲା ତାହା ଏକ ବିରାଟ ବଡ ବିପର୍ଯ୍ୟୟ କୁ ରୋକାଯାଇପାରିଲା ଏଥିରେ ସନ୍ଦେହ ନାହିଁ I

ଓଡ଼ିଶାର ଏପରି ପୂର୍ବ ପ୍ରସ୍ତୁତି ସାରା ବିଶ୍ୱକୁ ଚକିତ କରିଦେଇଛି ଯେ କିଭଳି ଏକ ବଡ ବିପର୍ଯ୍ୟୟ କୁ ସାମ୍ନା କରାଯାଇପାରେ ଉପଯୁକ୍ତ ସମୟ ରେ ସଠିକ ପଦକ୍ଷେପ ଗ୍ରହଣ କରିବା ଦ୍ୱାରା I ନିହାତି ଭାବରେ ଫନି ଓଡ଼ିଶାରେ କ୍ଷୟକ୍ଷତି ରଚିଛି ଏବଂ 10/12 ଜଣ ବର୍ତମାନ ସୁଦ୍ଧା ମୃତ୍ୟୁ ହେଇଥିବା ଖବର ପ୍ରାପ୍ତ ହେଇଚି ତଥାପି ଯେଉଁଭଳି ଭାବରେ 200 ରୁ ଉର୍ଦ୍ଧ କିଲୋମିଟର ବେଗରେ ପବନ ବହିଲା

ଏବଂ ଅଧିକାଂଶ ଅଞ୍ଚଳ ରେ ତାଣ୍ଡବ ରଚିଲା ନିହାତି ଭାବରେ ଅନେକ କ୍ଷୟକ୍ଷତି ହେବା ପୂର୍ବରୁ ପୂର୍ବ ପ୍ରସ୍ତୁତି ପାଇଁ ଓଡିଶା ରେ ଅନେକ ଜୀବନ ସୁରକ୍ଷିତ ରହିପାରିଲା ଏହାକୁ ନେଇ ଏବେ ଓଡିଶା କୁ ଜାତିସଙ୍ଘ ମଧ୍ୟ ପ୍ରସଂଶା କରିଛି I

Leave a Reply

Your email address will not be published. Required fields are marked *