ଓଡିଶାରେ ବାତ୍ୟା ସ୍ତିତି ପରଖିବା ପାଇଁ ପହଞ୍ଚିଲେ ପ୍ରଧାନମନ୍ତ୍ରୀ,ବିମାନବନ୍ଦରରେ ସ୍ୱାଗତ କଲେ ନବୀନ ।

ଓଡ଼ିଶାରେ ଛାରଖାର କରି ଚାଲିଯାଇଛି ବାତ୍ୟା ଫନି I ଏବେବି ଅନ୍ଧାର ରେ ରାଜଧାନୀ ଏବଂ ଶ୍ରୀକ୍ଷେତ୍ର I ଅଧିକାଂଶ ଅଞ୍ଚଳ ରେ ଛାଡ଼ିଯାଇଛି ଭୟଙ୍କର କରାଳ ରୂପ I ଓଡିଶାକୁ ପ୍ରଧାନମନ୍ତ୍ରୀ ମଧ୍ୟ ସହାୟତା ର ଘୋଷଣା କରିସାରିଛନ୍ତି I ତେବେ ଓଡ଼ିଶାର ସ୍ଥିତି ପରଖିବାକୁ ନିଜେ ପ୍ରଧାନମନ୍ତ୍ରୀ ଆଜି ଓଡିଶା ରେ ପହଞ୍ଚିଛନ୍ତି Iବିମାନ ବନ୍ଦର ରେ ପହଁଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଏବଂ ମୁଖ୍ୟ ଶାସନ ସଚିବ ପ୍ରଧାନମନ୍ତ୍ରୀ ଙ୍କୁ ସ୍ୱାଗତ କରିଥିଲେ I

ଏକ ସ୍ୱତନ୍ତ୍ର ବିମାନ ଜରିଆରେ ଆକାଶମାର୍ଗ ରୁ ପ୍ରଧାନମନ୍ତ୍ରୀ ପୁରୀ ଏବଂ ରାଜଧାନୀ ର ସ୍ଥିତି ଦେଖିବା ସହିତ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀ ଙ୍କ ସହିତ ଆଲୋଚନା କରି କିପରି କ୍ଷୟକ୍ଷତି ର ପୁନରୁଦ୍ଧାର କରାଯିବ ସେନେଇ ବିଚାର କରାଯିବ I

Leave a Reply

Your email address will not be published. Required fields are marked *