ଓଡିଶା କୁ ସହାୟତା କରିବାକୁ ଆଗେଇ ଆସିଲେ ୟୁପି,ତାମିଲନାଡୁ,ଛତିଶଗଡ଼ ଏବଂ ଆନ୍ଧ୍ର

ଓଡ଼ିଶାରେ ଦେଖିବାକୁ ମିଳିଛି ଫନୀର ତାଣ୍ଡବ I ରାଜଧାନୀ ଠାରୁ ଆରମ୍ଭ କରି ଶ୍ରୀକ୍ଷେତ୍ର ଯାଏଁ ସବୁଠି ଛାଡ଼ିଯାଇଛି ବିଭୀଷିକା ରୂପ Iକେଉଁଠି ଖାଦ୍ୟ ପାଇଁ ଡହଳ ବିକଳ ତ ଆଉ କେଉଁଠି ଟିକିଏ ପାଇଁ ଅନେଇ ରହିଛନ୍ତି କ୍ଷତିଗ୍ରସ୍ତ ପୀଡିତ ମାନେ I ଏପରି ସମୟରେ ମୁଖ୍ୟମନ୍ତ୍ରୀ ମଧ୍ୟ ସାହାଯ୍ୟ ସହଯୋଗ ର କାମନା କରି ରିଲିଫ ଫଣ୍ଡ କୁ ଦେବା ପାଇଁ ଅନୁରୋଧ କରିଛନ୍ତି I ଓଡିଶା ପାଇଁ ସହାୟତା ର ହାତ ବଢ଼ାଇଛନ୍ତି ପଡୋଶୀ ଉତ୍ତରପ୍ରଦେଶ ଓ ତାମିଲନାଡୁ ରାଜ୍ୟ ଉଭୟ ତରଫରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀ

ଓଡିଶାକୁ ୧୦କୋଟି ଦେବାକୁ ଘୋଷଣା କରିଛନ୍ତି I ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘଲ ମଧ୍ୟ 11କୋଟି ର ସହାୟତା ଘୋଷଣା କରିଛନ୍ତି I ଗତକାଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓଡିଶା ପାଇଁ ସହାୟତାର ହାତ ଖୋଲିଦେଇଛନ୍ତି I

ଓଡିଶା ପାଇଁ ୧୫ କୋଟି ଦେବା ସହିତ ସାମ୍ପ୍ରତିକ ପରିସ୍ଥିତି ରେ ସୁଧାର ଆଣିବା ପାଇଁ ଓଡିଶାର ମୁଖ୍ୟ ଆବଶ୍ୟକତା ଥିବା ପାଣି ପାଇଁ ୯୨ଟି ପାଣି ଟ୍ୟାଙ୍କର,୧୦୦୦ ଲିଟର ବିଷିଷ୍ଟ ୬୦୦ଟି ପାଣି ଟ୍ୟାଙ୍କ,୧.୮୫ ଲକ୍ଷ ପାଣି ପ୍ୟାକେଟ୍, ବିଦ୍ୟୁତ ବ୍ୟବସ୍ଥା କୁ ଅତିଶୀଘ୍ର ପୁନରୁଦ୍ଧାର ପାଇଁ ୧,୦୨୦ ବିଦ୍ୟୁତ ଶ୍ରମିକ, ସହିତ ୧.୫ ଲକ୍ଷ କ୍ଲୋରିନ୍ ବଟିକା ଖୁବ ଶୀଘ୍ର ପଠାଇବାକୁ ଘୋଷଣା କରିଛି ଆନ୍ଧ୍ର I

Leave a Reply

Your email address will not be published. Required fields are marked *