ବର୍ଷକର ଦରମା ବାତ୍ୟା ପୀଡିତ ଙ୍କ ପାଇଁ ଦାନ କଲେ ମୁଖ୍ୟମନ୍ତ୍ରୀ ।

ସାମୁଦ୍ରିକ ଝଡ଼ ଫନି ନିଜର କରାଳ ରୂପ ଛାଡି ଯାଇଥିବା ବେଳେ ହାହାକାର ରେ ବିତୁଛି ଓଡ଼ିଶାର ଅଧିକାଂଶ ଅଞ୍ଚଳ I ଏବେବି ରାଜଧାନୀ ଭୂବନେଶ୍ୱର ଏବଂ ଶ୍ରୀକ୍ଷେତ୍ର ଅନ୍ଧାର ରେ ରହିଛି I ସ୍ଥିତି ଅସମ୍ଭାଳ I ପ୍ରଧାନମନ୍ତ୍ରୀ ବାତ୍ୟା ପୂର୍ବରୁ 340 କୋଟି ସହାୟତା ଘୋଷଣା କରିସାରିଥିବା ବେଳେ ଆଜି ଓଡିଶା ଆସି କ୍ଷୟକ୍ଷତି ହେଇଥିବା ବାତ୍ୟା ରେ ସହାୟତା ପାଇଁ ପୁନର୍ବାର 1000 କୋଟି ର ସହାୟତା ଘୋଷଣା କରିଛନ୍ତି I ପଡୋଶୀ ରାଜ୍ୟ ମାନଙ୍କରୁ ମଧ୍ୟ ସହାୟତା ରାଶି ଓଡିଶା ପାଇଁ ଆସିବାରେ ଲାଗିଛି I ତେବେ ବାତ୍ୟା ପୀଡିତ ଲୋକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନେଇଛନ୍ତି ଏକ ଯୁଗାନ୍ତକାରୀ ନିଷ୍ପତି I ମୁଖ୍ୟମନ୍ତ୍ରୀ ଭାବରେ ପାଉଥିବା ବର୍ଷକର ଦରମା କୁ ସେ ବାତ୍ୟା ପୀଡିତ ଲୋକମାନଙ୍କ ପାଇଁ ଦାନ କରିଦେଇଛନ୍ତି I

Leave a Reply

Your email address will not be published. Required fields are marked *