ଆଜି ଅକ୍ଷୟ ତୃତୀୟାରେ କରନ୍ତୁ ଏହି ଗୋଟିଏ କାମ ଦାରିଦ୍ରତା ରୁ ମିଳିବ ମୁକ୍ତି

ଆଜି ପବିତ୍ର ଅକ୍ଷୟ ତୃତୀୟା I ବିଶେଷ କରି ଏହିଦିନ ଟିକୁ ଆମ ଓଡ଼ିଶାରେ ଅତ୍ୟନ୍ତ ସ୍ୱତନ୍ତ୍ର ଭାବେ ମନାଯାଇଥାଏ Iହିନ୍ଦୁ ଶାସ୍ତ୍ର ଅନୁଯାଇ ବୈଶାଖ ମାସର ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବେ କୁହାଯାଇଥାଏ I ଏହିଦିନଟିକୁ ଅତ୍ୟନ୍ତ ଶୁଭ ମନାଯାଇଥାଏ I କୌଣସି କାମ ଆରମ୍ଭ କଲେ କ୍ଷୟ ହୋଇନଥାଏ ସେଥିପାଇଁ ଆଜି ଦିନରେ ଆରମ୍ଭ କରାଯାଇଥାଏ ଯେ କୌଣସି କାର୍ଯ୍ୟ I ଏହିଦିନ ଚାଷର ଅନୁକୂଳ କରାଯାଇଥାଏ ,ବିଶ୍ୱାସ ରହିଛି କି ଏହିଦିନ ଚାଷ ଅନୁକୂଳ କଲେ ଚାଷ ଭଲ ହେଇଥାଏ ,ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ମିଳିଥାଏ I

ସୁନା କୁ ମା ଲକ୍ଷ୍ମୀ ଙ୍କ ଅତି ପ୍ରିୟ ଭାବେ ମନାଯାଇଥାଏ ତେଣୁ ଆଜିର ଦିନରେ ଘରକୁ ସୁନା କିଣିଲେ ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ମିଳିଥାଏ ଏବଂ ଧନ ବଢିଥାଏ ବୋଲି ବିଶ୍ୱାସ ରହିଛି I ଆଜିର ଶୁଭ ମୁହୂର୍ତ ସକାଳ ୫.୪୦ମିନିଟ୍ ଠାରୁ ଆରମ୍ଭ ହେଇ ଦ୍ବିପ୍ରହର ୧୨.୧୭ ମିନିଟ୍‌ ପର୍ଯ୍ୟନ୍ତ ଶୁଭ ଥିବାବେଳେ ସକାଳ ୬.୨୬ ରୁ ରାତି ୧୧.୪୭ ମିନିଟ୍‌ ପର୍ଯ୍ୟନ୍ତ ସୁନା କିଣିବା ପାଇଁ ଅତ୍ୟନ୍ତ ସୁଭବେଳା ଅଟେ I

ଆଜି ବିଶେଷ କରି ଚନ୍ଦ୍ର , ସୂର୍ଯ୍ୟ, ରାହୁ ଏବଂ ଶୁକ୍ର, ଙ୍କର ସଂଯୋଗ ରହୁଛି ଯାହା ଫଳରେ ଏହାର ପ୍ରଭାବ ଭଲ ରହିବ I ଆଜି ଘରକୁ କିଛି ସୁନା କିଣିବା
ଘରକୁ ସୁଖ ଶାନ୍ତି ଆସିଥାଏ ଏବଂ ଦରିଦ୍ରତା ଦୂରେଇଯାଇଥାଏ ବୋଲି ବିଶ୍ୱାସ ରହିଛି I ଅକ୍ଷୟ ତୃତୀୟI ଦିନ ସକାଳୁ ନଦୀରେ ସ୍ନାନ କରିବା ସହିତ ଗରିବ ମାନଙ୍କୁ ଦାନ କରିବା ଦ୍ୱାରା ଦୁଃଖ ଦୁର୍ଦଶା ଦୂରେଇଯାଇ ସୁଖ ସୌଭାଗ୍ୟ ଆସିଥାଏ I

Leave a Reply

Your email address will not be published. Required fields are marked *