ଆଜି ପବିତ୍ର ଅକ୍ଷୟ ତୃତୀୟା:ଆଜି ଠୁ ଅନୁକୂଳ ହେବ ରଥ କାଠ

ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଓଡ଼ିଶାରେ ଚାଷୀ କୂଳ ପାଇଁ ସବୁଠାରୁ ବଡ଼ ପର୍ବ।ଆଜି ଠାରୁ ଚାଷ ଅନୁକୂଳ ହୁଏ।ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଚାଷ ଅନୁକୂଳ ହେବ।ରଥଖଳାରେ ତିନୋଟି ଧଉରା କାଠ ପୂଜା ଅର୍ଚ୍ଚନା ହୋଇ ରଥକାମ ଅନୁକୂଳ କରାଯିବ।

ଶ୍ରୀମନ୍ଦିରକୁ ଆଜ୍ଞାମାଳ ଆସିବା ପରେ ରାଜଗୁରୁ ପୂଜା କରିବା ପରେ ମହାରଣା ସେବାୟତ ରଥ କାଠ ଅନୁକୂଳ କରିଥାନ୍ତି।ତେବେ ବାତ୍ୟା ଫୋନି ରେ ପୁରୀ ଧୋଂସ ବିଧୋଂଶ ହୋଇଥିବା ସ୍ଥଳେ ଆଜିର ରଥ ଅନୁକୂଳ କାର୍ଯ୍ୟକର୍ମକୁ ନିରାଡମ୍ବର କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଛନ୍ତି।

ଏହା ସହ ଆଜି ଠାରୁ ତିନି ଦିଅଁଙ୍କ ଚନ୍ଦନ ଯାତ୍ରା ମଧ୍ୟ ଅନୁଷ୍ଠିତ ହେଉଛି।ଏଥିପାଇଁ ପୋଖରୀରେ ରହିଥିବା ନନ୍ଦା ଏବଂ ଭଦ୍ରା ଡଙ୍ଗା କୁ ସଜା ଯାଇଛି।ନରେନ୍ଦ୍ର ୨୧ ଦିନ ଧରି ବାହାରେ ଚାପ ଖେଳ ଖେଳିବେ ମହାପ୍ରଭୁ।

Leave a Reply

Your email address will not be published. Required fields are marked *