ବାତ୍ୟା ପୀଡ଼ିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ସହାୟତା ଦେଲେ ଦୂତି ଚାନ୍ଦ

ବାତ୍ୟା ଫୋନିର କରାଳ ରୂପ ଗତ ୩ ତାରିଖରେ ଦେଖିଛନ୍ତି ଓଡ଼ିଶାବାସୀ।ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ ଏବଂ ରାଜଧାନୀ ଭୁବନେଶ୍ବର।ଲୋକମାନେ ପାଣି ଏବଂ ଆଲୋକ ପାଇଁ ଡହଳ ବିକଳ ହେଉଛନ୍ତି।

ରାଜ୍ୟସରକାର ପ୍ରୟାସ କରୁଛନ୍ତି ବହୁତ୍ ଶୀଘ୍ର ସ୍ଥିତି କୁ ସୁଧାରିବା ପାଇଁ।ଏବଂ ଏଥିପାଇଁ ରାଜ୍ୟ ସରକାରଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ଛତିଶଗଡ଼,ଉତ୍ତରପ୍ରଦେଶ,ମହାରାଷ୍ଟ୍ର,ତାମିଲନାଡୁ,କେରଳ,ଆନ୍ଧ୍ରପ୍ରଦେଶ,କେନ୍ଦ୍ରସରକାର ,ବଲିଉଡ ତାରକା ଏବଂ କ୍ରିକେଟର।
ଦୂତି ଚାନ୍ଦ୍ ମଧ୍ୟ ସାହାଯ୍ୟର ହାତ ବଢାଇଛନ୍ତି ବାତ୍ୟା ପୀଡ଼ିତ ଲୋକମାନଙ୍କୁ।ସେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦ ହଜାରେ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି।

ଦୂତି ଅର୍ଥରାଶି ଦେବା ପରେ ନିଜ ଫେସବୁକ୍ ଆକାଉଣ୍ଟ୍ ରେ ସେୟାର କରି ସମସ୍ତଙ୍କୁ ସାହାଯ୍ୟ ପାଇଁ ମଧ୍ୟ ନିବେଦନ କରିଛନ୍ତି। ରାଜ୍ୟକୁ ପୁଣି ଥରେ ନୂତନ ଭାବେ ଗଢି ତୋଳିବା କୁ ପ୍ରୟାସ କରିବା ପାଇଁ ସମସ୍ତଂକ ସହଯୋଗ କାମନା କରିଛନ୍ତି ଦୂତି।

Leave a Reply

Your email address will not be published. Required fields are marked *