ମିଛ ଖବର ଦେଖାଇବାରେ ବ୍ୟସ୍ତ ଜାତୀୟ ଗଣ ମାଧ୍ୟମ: ପୁରୀ ନ ଆସି ବିଶାଖାପାଟଣା ବେଳାଭୂମି ରୁ ଦୁନିଆ କୁ ଦେଖାଉଛନ୍ତି ପୁରୀ

ଗଣମାଧ୍ୟମ ହେଉଛି ସମାଜ ର ଏକ ସ୍ତମ୍ଭ।ଲୋକ ମାନେ ପାଣି ପାଗ ରୁ ଆରମ୍ଭ କରି ସାରା ଦୁନିଆ ର ଖବର ପାଇଁ ନିର୍ଭରଶୀଳ ଥାନ୍ତି ଗଣ ମଧ୍ୟ ଉପରେ।

ସକାଳୁ ଲୋକ ଟିଏ ଘରୁ ବାହାରି ଗଲା ବେଳେ ଛତା ନେବ କି ପାଣି ବୋତଲ ତାହା ବି ଗଣ ମାଧ୍ୟମ ଉପରେ ନିର୍ଭର କରେ।କିନ୍ତୁ କଣ ହୁଏ ଯେବେ ସେହି ଗଣ ମାଧ୍ୟମ ହିଁ ମିଛ ର ସାହାରା ନେଇ ଯାଏ।

ଏହି ଭଳି ଘଟଣା ଘଟିଛି ଏହି ବାତ୍ୟା ଫାନୀ ସମୟରେ। ଏକ ନାମୀ ଜାତୀୟ ଗଣ ମାଧ୍ୟମ ଇଣ୍ଡିଆ ଟିଭି ବାତ୍ୟା ସମୟରେ ପୁରୀ ଆସି ଲାଇଭି ପ୍ରସାରଣ କରୁଛନ୍ତି ବୋଲି ଲୋକ ଙ୍କୁ ଦେଖାଇ ବିଶାଖାପାଟଣା ସମୁଦ୍ର କୂଳ ରୁ ଲାଏଭି କରୁଛନ୍ତି।

ଯାହାକୁ ନେଇ ଅନେକ ଚର୍ଚ୍ଚ ମଧ୍ୟ ବର୍ତମାନ ଜୋର୍ ଧରିଛି।

ଯଦି ଗୋଟିଏ ନାମୀ ଜାତୀୟ ଗଣ ମାଧ୍ୟମ ମଧ୍ୟ ଏହି ସ୍ତର କୁ ଖସି ଯାନ୍ତି ତେବେ ଦେଶ ର ଭବିଷ୍ୟତ ଯେ କେଉଁ ଆଡ଼କୁ ଗତି କରୁଛି ତାହା ଅନୁମାନ କରି ହେଉଛି।

ଏ ନେଇ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ନିଜ ସୋସିଆଲ ମିଡ଼ିଆ ମାଧ୍ୟମ ରେ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *