ଧନ୍ୟବାଦ୍ ଫନି,ଏହି ସବୁ ଶିକ୍ଷା ଦେଇଥିବାରୁ

ଫନି ର କ୍ଷୟକ୍ଷତି କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା, ହେଲେ ସୋସିଆଲ ମିଡିଆ ରେ ମଧ୍ୟ ଘୁରି ବୁଲୁଛି ଏକ ସୁନ୍ଦର ବାର୍ତ୍ତା।

ଆସନ୍ତୁ ଜାଣିବା କଣ ଶିକ୍ଷା ଦେଲା ଆମକୁ ଫନି

ଫନି,

ତୁମେ ଆସିଲ କିଛି ସମୟ ପାଇଁ ରହିଲ ଆଉ ଚାଲିଗଲା.. ହେଲେ ଦେଇଗଲ କିଛି ଆଜୀବନ ମନେ ରଖିବାକୁ ଶିକ୍ଷା

  • ଏବେ ମୁଁ ଆଉ ସ୍ମାର୍ଟ୍ ସିଟି ରହୁଛି ବୋଲି ଗର୍ବିତ ନୁହଁ, ଗାଁ ଜୀବନ ଆଉ ତୁଚ୍ଛ ନୁହଁ।
  • ଏବେ ମୁଁ ଜାଣି ସାରିଛି ପଡୋଶୀ ଙ୍କ ସହ ସମର୍କ ରଖିବା କେତେ ଜରୁରୀ,ସହର ରେ ଯେଉଁଟା ଭୁଲି ଯାଇଥିଲି ମୁଁ।
  • ଏବେ ମୁଁ ଜାଣି ସାରିଛି ଦୂର ରେ ରହୁଥିବା ସମ୍ପର୍କୀୟ ଓ ବନ୍ଧୁ ମାନଙ୍କ ଘରକୁ ମଧ୍ୟ ନିୟମିତ ବୁଲି ଯିବା ଦରକାର ନାହିଁ କି କେବଳ ଲାଇନ ନଥିଲେ
  • କମ୍ ଜଳ ରେ ବି କିପରି ବଞ୍ଚି ହୁଏ ତାହା ମୁଁ ଏବେ ଶିଖି ଯାଇଛି।
  • ଏ ସି ବିନା ବି ଜୀବନ ବଞ୍ଚି ହୁଏ ଏହା ତ ବୁଝି ଯାଇଛି ମୁଁ।
  • Washing ମେସିନ ବିନା କପଡା ସଫା କରିବା ବି ଏବେ ଶିଖି ଯାଇଛି ମୁଁ।
  • ଏବେ ବିଶ୍ୱାସ ହେଉଛି କି ମୋବାଇଲ ବିନା ବି ବଞ୍ଚି ପାରିବ ମୁଁ।
  • ମୋତେ ମୋ ସ୍ବାସ୍ଥ୍ୟ ର ଯତ୍ନ ନେବ ଦରକାର,ସବୁବେଳେ ହୁଏତ ମେଡିକାଲ୍ ଖୋଲା ନ ଥାଇ ପାରେ।
  • ପାଖରେ ୩ ଟି ଏ ଟି ଏମ୍ କାର୍ଡ ଥିଲେ ପାଖରେ ନଗଦ ଟଙ୍କା ରଖିବା ଦରକାର।

କେବଳ ଏତିକି ନୁହେଁ, ଶିକ୍ଷା ର ଚିଠା ତ ବହୁତ୍ ଲମ୍ବା।

ହେଲେ ଶେଷ ରେ ଏତିକି କହିବି

ଧନ୍ୟବାଦ ଫନି

Leave a Reply

Your email address will not be published. Required fields are marked *