ଫୋନି:ବଡଦେଉଳର ପୁନରୁଦ୍ଧାର ପାଇଁ ୫ କୋଟି ଟଙ୍କା ସହାୟତା ଦେଲା IOCL

ଭୟଂକର ସାମୁଦ୍ରିକ ଝଡରେ ଭାଙ୍ଗି ଯାଇଛି ଓଡ଼ିଶାର ମେରୁଦଣ୍ଡ।ଶ୍ରୀହୀନ ହୋଇଯାଇଛି ଶ୍ରୀକ୍ଷେତ୍ର।ଉଜୁଡିଯାଇଛି ବଡଦେଉଳର କଳାକୃତି।ଭାଙ୍ଗି ଯାଇଛି କଳ୍ପବଟ।

୩ ତାରିଖରୁ ଫୋନୀ ଛାଡିଯାଇଥିବା ଚିହ୍ନ କେବେ ଯେ ଲିଭିବ ତାହାର ଆକଳନ କରିବା ମଧ୍ୟ ମୁସ୍କିଲ।ତେବେ ବଡ଼ ଦେଉଳରେ ହେଉଥିବା କ୍ଷୟକ୍ଷତିର ମରାମତି ପାଇଁ ଆଗେଇ ଆସିଛି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଲିମିଟେଡ୍।
ବଡ଼ଦେଉଳରେ ପୁନରୁଥାନ୍ ପାଇଁ ଇଣ୍ଡିଆନ୍ ଅଏଲ୍ ଦେଇଛି ୫ କୋଟି ଟଙ୍କାର ଆର୍ଥିକ ସହାୟତା।ଏ ନେଇ କମ୍ପାନୀ ପକ୍ଷରୁ ଟୁଇଟ୍ କରି ସୂଚନା ଦେଇଛନ୍ତି।ସେପଟେ ଇଣ୍ଡିଆନ୍ ଅଏଲ୍ ର ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Leave a Reply

Your email address will not be published. Required fields are marked *