ଫୋନି ପାଇଁ ବିଳମ୍ବରେ ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ !

ଫୋନି ପ୍ରଭାବରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି।ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।ଏହାଦ୍ବାରା ଭୁବନେଶ୍ୱର ର ମେରୁଦଣ୍ଡ ମଧ୍ୟ ଭାଙ୍ଗିଯାଇଛି।୬ ଦିନ ହେଲା ବିଦ୍ୟୁତ୍ ଯୋଗାଣ ସମ୍ଭବପର ହୋଇନାହିଁ।

ପାଣି ସମସ୍ୟା ସାଙ୍ଗକୁ ଇଣ୍ଟରନେଟ ନେଟ୍ ସମସ୍ୟା।ବଞ୍ଚିବା ଏକରକମ ମୁସ୍କିଲ ହୋଇଯାଇଛି।ଏବଂ ସବୁ ଅଫିସିଆଲ୍ କାମ ମଧ୍ୟ ଠପ୍ ହୋଇଯାଇଛି।

ଏହାର ସିଧାସଳଖ ପ୍ରଭାବ ପଡିଛି ଛାତ୍ରଛାତ୍ରୀ ମାନଙ୍କ ପାଠ ପଢା ଉପରେ।ବିଭିନ୍ନ ପାଠ ପଢ଼ାରେ ନାମ ଲେଖା ଲାଗି ମେ ମାସରେ ମୁଖ୍ୟତଃ ପ୍ରମୁଖ ସର୍ବଭାରତୀୟ ଏବଂ ରାଜ୍ୟସ୍ତରୀୟ ପରୀକ୍ଷା ଅନୁଷ୍ଠିତ ହୋଇଥାଏ।ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଥାଏ।ତେବେ ବାତ୍ୟା ପ୍ରଭାବରେ ସବୁକିଛି ପ୍ରଭାବିତ ହୋଇଛି।ଏ ପର୍ଯ୍ୟନ୍ତ ଓଡ଼ିଶା ବୋର୍ଡ ଦ୍ଵାରା ପରିଚାଳିତ ମାଟ୍ରିକ ଏବଂ +୨ ପରୀକ୍ଷା ଫଳ ପ୍ରକାଶ ପାଇ ନାହିଁ।

ସେପଟେ ଗୋଟିଏ ପରେ ଗୋଟିଏ ପରୀକ୍ଷା ବାତିଲ ହୋଇଥିବାରୁ ଛାତ୍ରଛାତ୍ରୀ ମାନଙ୍କର ଚିନ୍ତା ମଧ୍ୟ ବଢ଼ି ଯାଇଛି।

Leave a Reply

Your email address will not be published. Required fields are marked *