ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ରେ।ପ୍ରସବ ପାଇଁ ଟଙ୍କା ମାଗିବାରୁ ନର୍ସ ରିତା ହାତୀ ଙ୍କୁ ନିସ୍ତୁକ ପିଟିଚନ୍ତି ଲୋକେ। ଗୁରୁତର ଅବସ୍ଥା ରେ ତାଙ୍କୁ ଆଇ ସି ୟୁ ରେ ଭର୍ତି କରାଯାଇଛି।
ସୂଚନା ମୁତାବକ ସୋର ର ପ୍ରମିଳା ମହାନ୍ତି ନାମକ ଜଣେ ମହିଳା ଉକ୍ତ ହସ୍ପିଟାଲ୍ କୁ ପ୍ରସବ ପାଇଁ ଯାଇଥିଲେ।କିନ୍ତୁ ସେଠାରେ ପ୍ରସବ ପାଇଁ ୧୦୦୦ ଟଙ୍କା ମାଗିଥିଲେ ନର୍ସ। ନ ଦେବାରୁ ପ୍ରମିଳା ଙ୍କ ସମ୍ପର୍କୀୟଙ୍କୁ ମାଡ଼ ମାରିଥିଲେ।
ଏବଂ ପରେ ହସ୍ପିଟାଲ୍ ରେ ଉତ୍ତେଜନା ଦେଖା ଦେଇଥିଲା।