ଶ୍ରୀହୀନ ହେଇଯାଇଛି ଜଗା ର ତୁଳସିବଣ କୋଇଲିବୈକୁଣ୍ଠ ,କାଳିଆ ପାଇଁ ଢେଙ୍କାନାଳ ରୁ ଗଲା ତୁଳସୀ

ଜଗା ପାଇଁ ତୁଳସୀ ର ଗୁରୁତ୍ୱ କିଏ ବା ନ ଜାଣିଛି I ସାରା ବିଶ୍ୱର ଯିଏ ଆରାଧ୍ୟ ଦେବତା ତା ମୁଣ୍ଡରେ ତୁଳସୀ ଶୋଭା ପାଏ I ଜଗା ର ପ୍ରସାଦ ରେ ତୁଳସୀ ପଡିଗଲେ ତାହା ମହାପ୍ରସାଦ ହେଇଯାଏ I ଜଗା ର ସବୁ ନୀତିରେ ତୁଳସୀ ବ୍ୟବହାର କରାଯାଇଥାଏ I ବାତ୍ୟା ଫନି କିନ୍ତୁ ଉଜାଡି ଦେଇଛି ଜଗା ର ତୁଳସୀ ବଣ କୋଇଲି ବୈକୁଣ୍ଠ Iଛାରଖାର ହେଇଯାଇଛି କୋଇଲି ବୈକୁଣ୍ଠ ର ସୌନ୍ଦର୍ଯ୍ୟ ସହିତ ଜଗା ର ଅଳଙ୍କାର ତୁଳସୀ ବଣ I

କେବଳ କୋଇଲି ବୈକୁଣ୍ଠ ରେ ତୁଳସୀ ନୁହେଁ ସାରା ପୁରୀରେ ଉଜୁଡ଼ିଯାଇଛି ତୁଳସୀ I ଜଗା ପାଇଁ ମହଙ୍ଗା ପାଲଟିଛି ତୁଳସୀ ପତ୍ର I ମାଳ ମାଳ ତୁଳସୀ ପତ୍ରରେ ସଜେଇ ହେଉଥିବା ଜଗା ପାଇଁ ତୁଳସୀ ପତ୍ର ର ଘୋର ଅସୁବିଧା ସୃଷ୍ଟି ହେଇଛି I ଏହିକ୍ରମରେ ଢେଙ୍କାନାଳ ର ଏକଘରିଆ ଗ୍ରାମ ରୁ ଗ୍ରାମ ବାସୀ ମାନେ ମହାପ୍ରଭୁଙ୍କ ନୀତି ନିମନ୍ତେ ତୁଳସୀ
ନେଇ ଜଗନ୍ନାଥ ଙ୍କ ପାଖରେ ପହଞ୍ଚି ଛନ୍ତି I ଜଗନ୍ନାଥ ଙ୍କ ପାଖରେ ତୁଳସୀ ଲାଗି ହେଇଛି I

Leave a Reply

Your email address will not be published. Required fields are marked *