ଆଜି ଗ୍ରହରାଜ ଶନି ଙ୍କ ଯଜ୍ଞ,ଜାଣନ୍ତୁ କେମିତି କରିବେ ଶନିଦେବଙ୍କ ପୂଜା

ସାଧାରଣତଃ ଶନି ଦେବଙ୍କୁ ଗ୍ରହ ମାନଙ୍କର ରାଜା କୁହାଯାଏ I ଶନି ଙ୍କ କ୍ରୋଧ ରୁ କେହି ମଧ୍ୟ ବର୍ତି ପାରନ୍ତି ନାହିଁ I ତେବେ ଶନିଙ୍କ କୋପରୁ ବର୍ତ୍ତିବା ପାଇଁ ଶନିବାର ରେ ତାଙ୍କ ପୂଜା କରାଯାଇଥାଏ I ବିଶେଷ କରି ଶନି ଅମାବାସ୍ୟା ରେ ଶନିଦେବ ଙ୍କ ପୂଜା କରିବା ଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହେଇଥାଏ I ଶନିବାର ଦିନ ଅମାବାସ୍ୟା ପଡିଲେ ତାହାକୁ ଶନି ଅମାବାସ୍ୟା କୁହାଯାଇଥାଏ

I ଆଜି ଶନିଦେବ ଙ୍କ ଯଜ୍ଞ I ଶନିଦେବ ଙ୍କୁ ସନ୍ତୁଷ୍ଟ କରିବାକୁ ଆଜିର ଦିନରେ ସକାଳୁ ଉଠି ସ୍ନାନ ସାରି ଏକ ତମ୍ବା ପାତ୍ରରେ ପାଣି ନେଇ ତାହା ଭିତରେ କିଛି ରାଶି ପକେଇବେ,ଏବଂ ଏହି ପାଣି ସହିତ ରାଶିକୁ ଅଶ୍ବସ୍ଥ ଗଛ ମୂଳରେ ଶନିଙ୍କୁ ଧ୍ୟାନ କରି ଅର୍ପଣ କରିବେ I

ଘର ପାଖରେ ଥିବା ଯେ କୌଣସି ଶନି ମନ୍ଦିର କୁ ଯାଇକି ଶନିଦେବ ଙ୍କୁ ଦର୍ଶନ କରନ୍ତୁ ଏବଂ ରାଶିତେଲ ଅର୍ପଣ କରନ୍ତୁ I ଏହାଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହେଇଥାଏ I ଆଜିର ଦିନରେ ଲୁହା କିମ୍ବା ତେଲ ଦାନ କରିବା ଦ୍ୱାରା ଗ୍ରହ କଟିଯାଇଥାଏ I

ଏସବୁ ଜିନିଷ ଘରକୁ ଭୁଲ୍ ରେ ବି ଆଣନ୍ତୁ ନାହିଁ :ବିଶେଷ କରି ଶନି ବାର ରେ ଘରକୁ କୌଣସି ତେଲ ,ରାଶି ,ଝାଡୁ ,ଲୁଣ ,କଳା ଜିନିଷ କିମ୍ବା ଲୁହା କଣ୍ଟା ଆଣନ୍ତୁ ନାହିଁ ,ଏହାଦ୍ୱାରା ଶନିଙ୍କ କୋପ ମିଳିଥାଏ I

Leave a Reply

Your email address will not be published. Required fields are marked *