ଓଡ଼ିଶାରେ ୧୦ରୁ ୧୨ ଲୋକ ସଭା ଏବଂ ୬୧ରୁ ୬୮ ବିଧାନସଭା ଜିତିପାରେ ବିଜେପି :ସର୍ଭେ

ସାରା ଦେଶରେ ନିର୍ବାଚନ ମାହୋଲ ଚାଲୁଥିବା ବେଳେ ଓଡ଼ିଶାର ଚାରି ପର୍ଯ୍ୟାୟ ନିର୍ବାଚନ ସରିଯାଇଛି I କେବଳ କେନ୍ଦ୍ରାପଡା ର ପାଟକୁରା ନିର୍ବାଚନ ମଣ୍ଡଳୀ କୁ ଛାଡି ଅନ୍ୟ ସମସ୍ତ ଆସନ ରେ ମତଦାନ ସରିଯାଇଛି I ତେବେ ବିଜେପି ପକ୍ଷରୁ ଏକ ସ୍ୱତନ୍ତ୍ର ସର୍ଭେ କରାଯାଇଛି ଯେ ଓଡ଼ିଶାରେ କେତେ ଆସନ ଆସିବ I ସୂତ୍ର ଅନୁଯାଇ ସାରା ଦେଶରେ ମୋଦିଙ୍କ ହାୱା ବଢୁଥିବା ବେଳେ 2014 ରେ କିନ୍ତୁ ବିଜେପି ସେତେ ଆଖିଦୃଶିଆ ସଫଳତା ପାଇନଥିଲା କିନ୍ତୁ ୟା ମଧ୍ୟରେ ଓଡ଼ିଶାରେ ମଧ୍ୟ ଏକ ପରିବର୍ତନ ର ସ୍ୱର ବହିବାରେ ଲାଗିଲାଣି ଯାହାକି ଗତ ପଞ୍ଚାୟତ ନିର୍ବାଚନ ରେ ଦେଖିବାକୁ ମିଳିଥିଲା I

ତୃଣମୂଳ ସ୍ତରରେ ବିଜେପି ପ୍ରତି ସମର୍ଥନ ବଢ଼ିବାରେ ଲାଗିଥିଲା ଯଦି ସେହି ଆଧାର ରେ କର୍ମୀ ମାନେ ଉତ୍ସାହିତ ହେଇ ଏହାକୁ ଭୋଟ ରେ ପରିଣତ କରିଥିବେ ତେବେ ବିଜେପି ସର୍ଭେ ଅନୁଯାଇ ୧୦ରୁ ୧୨ ଲୋକ ସଭା ଆସନ ବିଜେପି ହାତକୁ ଯିବ I ବିଶେଷ କରି ଭୁବନେଶ୍ୱର , ପୁରୀ ,ଢେଙ୍କାନାଳ ,ସୁନ୍ଦରଗଡ ,ସମ୍ବଲପୁର ,ଆସ୍କା,ବଲାଙ୍ଗୀର,କୋରାପୁଟ,କଳାହାଣ୍ଡି ଏବଂ ମୟୂରଭଞ୍ଜ ରେ ବିଜେପି ଏମପି ଜିତିବାର ସମ୍ଭାବନା ଯଥେଷ୍ଟ ରହିଛି I

ଏହା ଛଡା ସବୁଠୁ ଅଧିକ ଚର୍ଚ୍ଚା ରେ ଥିବା କେନ୍ଦ୍ରାପଡା ଏବଂ ବାଲେଶ୍ୱର ରେ ଅଙ୍କ କଷି ପାରିନାହିଁ ସର୍ଭେ I ଉଭୟ ଙ୍କ ମଧ୍ୟରେ କଡା ଟକ୍କର ହେଇଚି ,ମାତ୍ର ଅଳ୍ପ ଭୋଟ ବ୍ୟବଧାନ ରେ ବିଜେପି ସପକ୍ଷ କିମ୍ବା ବିପକ୍ଷରେ ଯାଇପାରେ I ସର୍ଭେ ଅନୁଯାଇ ଜଗତସିଂହପୁର ,କଟକ, ଯାଜପୁର , ଭଦ୍ରକ,କେନ୍ଦୁଝର,ନବରଙ୍ଗପୁର ,ବ୍ରହ୍ମପୁର,ଏବଂ କନ୍ଧମାଳ,ବରଗଡ ରେ ବିଜେଡି ର ବିଜୟ ହେବ I

ସେହିପରି ବିଧାନସଭା ପାଇଁ ବିଜେପି ସର୍ଭେ ଅନୁଯାଇ ୬୧ରୁ ୬୮ ଆସନ ବିଜେପି ହାତକୁ ଆସିବାର ସମ୍ଭାବନା ଅଛି I ବିଜେପି ସର୍ଭେ ଅନୁଯାଇ ଭୁବନେଶ୍ୱର(ମଧ୍ୟ), ବ୍ରହ୍ମଗିରି, ଚିଲିକା,ରଣପୁର, ନୟାଗଡ, ପୋଲସରା,ସୋରଡା, କଟକ ସଦର,ବଡମ୍ବା, ଗୋପାଳପୁର, ଖରିଆର, ବରୀ,ରେମୁଣା,ଜି. ଉଦୟଗିରି,ଭବାନୀପାଟଣା,ରାଇରଙ୍ଗପୁର,ବାଲେଶ୍ୱର ସଦର,ନୀଳଗିରି,ପାଲଲହଡା , ଚାନ୍ଦବାଲି, ଏବଂ ଧାମନଗର ଆସନ ରେ ବିଜେପି ବିଜୟୀ ହେବ ବୋଲି ସର୍ଭେ ରେ କୁହାଯାଇଥିବା ବେଳେ ମାହାଙ୍ଗା , ଧର୍ମଶାଳା ,ଯାଜପୁର ,ଭଞ୍ଜନଗର,ପିପିଲି ରେ କଡା ଟକ୍କର ହେବା ସହିତ ଏହି ଆସନ ବିଜେପି ପାଖକୁ ଆସିବ ବୋଲି ଆକଳନ କରାଯାଇଛି I

Leave a Reply

Your email address will not be published. Required fields are marked *