ଶ୍ରୀକ୍ଷେତ୍ରରେ ବାତ୍ୟା ବିପର୍ଣ୍ଣ ମାନଙ୍କୁ ସହାୟତା ର ହାତ ବଢ଼ାଇଲେ ଫ୍ରେଣ୍ଡସ ହେଲ୍ପ ଗ୍ରୁପ

ଫୋନି ବାତ୍ୟା ପରେ ପୁରୀ ଜିଲ୍ଲାର ସବୁଠୁ ଅଧିକ କ୍ଷତିଗ୍ରସ୍ତ। ଦୀର୍ଘ ଆଠ ଦିନ ପରେ ମଧ୍ୟ ପ୍ରଶାସନ ସେମାନଙ୍କ ନିକଟରେ ପହଞ୍ଚି ପାରିନି । ବିଭିନ୍ନ ସ୍ଥାନରେ ଗଛପତ୍ର ଭାଙ୍ଗି ରାସ୍ତାରେ ଜମା ହୋଇ ପଡିଛି ।ଲୋକମାନେ ଚାନ୍ଦା କରି କିଛି ଗ୍ରାମରେ ଏକତ୍ର ରୋଷେଇ କରି ଖାଉଛନ୍ତି । ଅନେକ ମାଟିଘର ଧୂଳିସାତ ହୋଇ ମାଟିରେ ମିଶି ଯାଇଛି । ଲୋକମାନଙ୍କ ଦୁଃଖ କହିଲେ ନସରେ । ତେବେ ଏପରି ଦୁର୍ଦଶା ସମୟରେ ପୁରୀ ଜିଲ୍ଲାର ବନ୍ଧମୁଣ୍ଡା,ସାନ ବଳଭଦ୍ରପୁର,ନୁଆଂଁ ଗାଂଁ ଗ୍ରାମରେ ଫ୍ରେଣ୍ଡସ ହେଲ୍ପ ଗ୍ରୁପ ତରଫରୁ ଚୁଡା, ଚିନି, ବିଷ୍କୁଟ,ବ୍ରେଡ,ମଶାବତୀ, ଦିଆସିଲି, ମହମବତୀ, ବଣ୍ଟନ କରାଯାଇଛି

। ପ୍ରାୟତଃ ଦୁଇ କ୍ବିଣ୍ଟାଲ ଚୁଡା, ୪୬ କିଲୋ ଚିନି,୨୫୦ ବିଷ୍କୁଟ, ୨୦୦ ବ୍ରେଡ, ୧୩୦ ପ୍ୟାକେଟ ମହମବତୀ ଓ ଦିଆସିଲି ସହିତ ତିନୋଟି ଗ୍ରାମ ଓ ବିଦ୍ୟୁତ କାର୍ଯ୍ୟରେ ଲିପ୍ତ କର୍ମଚାରୀମାନଙ୍କୁ ଥଣ୍ଡା ପାଣି ଏବଂ ବିସ୍କୁଟ ବଣ୍ଟନ କରାଗଲା।

ଫ୍ରେଣ୍ଡସ ହେଲ୍ପ ଗ୍ରୁପ ର ସମସ୍ତ ବନ୍ଧୁ ଓ ଦୁର ରୁ ଯେଉଂଁ ବନ୍ଧୁମାନେ ନିଜସ୍ବ ସକ୍ଷମ ଅନୁସାରେ ସାହାଯ୍ୟର ହାତ ବଢାଇଥିଲେ ସମସ୍ତଙ୍କୁ ଚାରିଆଡୁ ପ୍ରସଂଶା ର ସୁଅ ଛୁଟିବାରେ ଲାଗିଛି I

Leave a Reply

Your email address will not be published. Required fields are marked *