ସ୍ୱାମୀ ହାତ ଛାଡ଼ି ଦେବା ପରେ ପରିବାର ଚଳାଇବା ପାଇଁ ଦିନରେ ଫୁଡ୍‌ ଡେଲିଭରୀ ଏବଂ ରାତିରେ ଓଲା କ୍ୟାବ୍‌ ଚଳାଉଛନ୍ତି ମହିଳା

କଥାରେ ଅଛି କଠିନ ପରିଶ୍ରମ ଆଗରେ ସବୁକିଛି ହାର ମାନିଥାଏ।ଏପରି ପ୍ରମାଣ କରିଛନ୍ତି କଲିକତାରେ ରହିଥିବା ରୂପା ଚୌଧୁରୀ ନାମକ ଜଣେ ମହିଳା।ବାପା ମା ଛାଡ଼ି ଆର ପାରିକୁ ଚାଲିଗଲେ।ଏହାପରେ ସ୍ବାମୀ ମଧ୍ୟ ତାଙ୍କ ହାତ ଛାଡ଼ିଦେଲେ।ତଥାପି ହାର ମାନି ନ ଥିଲେ ରୂପା।ନିଜ ପରିବାରକୁ ଚଳାଇବା ପାଇଁ ସେ କାହା ଆଗରେ ହାତ ପତାଇ ନ ଥିଲେ।ଯାହା ପାଇଁ ସେ ପ୍ରଥମ ଫେବୃଆରୀ ରେ କୋଲକାତାର ପ୍ରଥମ ମହିଳା ଭାବେ ଓଲା ର ବାଇକ୍ ଟ୍ୟାକ୍ସି ଚାଳକ ହୋଇ ନିଜର ଯାତ୍ରା ଆରମ୍ଭ କରିଥିଲେ।

ଓଲା ପରେ ସେ ସ୍ଵିଗୀର କୋଲକାତାର ପ୍ରଥମ ଡେଲିଭରୀ ଗାର୍ଲ୍ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।ସ୍ଵିଗିରେ ତାଙ୍କର ନିଯୁକ୍ତି ପରେ ସେ କମ୍ପାନୀକୁ ଅଧିକ ମହିଳାଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରସ୍ତାବ ଦେଇଥିଲେ।
ରୁପାଙ୍କର ପ୍ରସ୍ତାବରେ ପ୍ରଥମ ଥର ପାଇଁ କମ୍ପାନୀ ୨୦୦୦ ମହିଳାଙ୍କୁ ନିଯୁକ୍ତି ଦେଇଥିଲେ।ତେବେ ଅଦାଲତରେ ଛାଡ଼ପତ୍ର ମାମଲା ଚାଲୁ ରହିଥିବା ବେଳେ ରୁପାଙ୍କ ପୁଅ ଏବେ ତାଙ୍କ ସ୍ବାମୀଙ୍କ ପାଖରେ ରହିଛନ୍ତି।ନିଜ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ କରି ସେ ନିଜ ପୁଅକୁ ନିଜ ପାଖକୁ ଆଣିବାକୁ ଚାହୁଁଛନ୍ତି।

Leave a Reply

Your email address will not be published. Required fields are marked *