Homeସାକ୍ଷାତକାରମାତୃ ଦିବସରେ ଏକ ମା ର କରୁଣ କଥା ,ନିହାତି ଥରେ ପଢନ୍ତୁ ଆପଣଙ୍କ ଆଖିରୁ...

ମାତୃ ଦିବସରେ ଏକ ମା ର କରୁଣ କଥା ,ନିହାତି ଥରେ ପଢନ୍ତୁ ଆପଣଙ୍କ ଆଖିରୁ ଲୁହ ଝରି ଆସିବ

Published on

spot_img

(ଉପସ୍ଥାପନା :ଗୋପାଳ ଚନ୍ଦ୍ର:)ଆଖିରୁ ଝରି ପଡୁଥାଏ ଅମାନିଆ ଲୁହଧାର ତଥାପି ସେ ଶୁଭ ମନାସୁଥିଲା ପୁଅ ପାଇଁ ,ଦରଦୀ କଣ୍ଠରେ ଥରି ଥରି କହୁଥିଲା ମୁଁ ପରା ତାକୁ ଅନ୍ତ ଫାଡ଼ି ଜନମ ଦେଇଛି ,ଛାତିରୁ ଅମୃତ ପିଆଇ ବଡ କରିଛି ,ଏବେ କିନ୍ତୁ ଏ ମା ର ସ୍ନେହ ମମତା ତା ପାଇଁ ଅଲୋଡ଼ା ହେଇଗଲାଣି ,ଆଜି ସେ ବହୁତ ବଡ ହେଇଗଲାଣି ,ଏ ମା ର ଆବଶ୍ୟକତା ତା ପାଇଁ ଆଉ ଦରକାର ନାହିଁ ,ବୁଢ଼ୀ ହେଇଗଲିଣି ବୋଲି ତା ପାଇଁ ବୋଝ ହେଇଗଲି ସେଥିପାଇଁ ବୋହୁ କଥାରେ ମତେ ଅନାଥ ଆଶ୍ରମ ରେ ଛାଡି ଦେଇ ଯାଇଛି

Iଧୀରେ ଧୀରେ ତା ପୁଅ ଝିଅ ମାନେ ବି ବଡ ହେଲେଣି ,ମୁଁ ରହିଲେ ସେମାନଙ୍କ ପାଠପଢ଼ାରେ ଅସୁବିଧା ହେଉଛି I ମୁଁ କଣ ଚାହିଁବି ମୋ ନାତି ନାତୁଣୀ ମାନେ ମୋ ପାଇଁ ମୂର୍ଖ ହୁଅନ୍ତୁ ?ବୁଢ଼ୀ ମା ର ଦରଦୀ କଣ୍ଠ ରୁ ନିଜ କୋହ ସମ୍ଭାଳି ନପାରି ପଚାରିଦେଲି ମା ,ତମ ପୁଅ ଏତେ କଷ୍ଟ ଦେଲା ତମେ ତାକୁ ଅଭିଶାପ ଦେଇ ଦେଉନା ,ସେ ହଇରାଣ ହେବ ?

ଆଖିରୁ ଲୁହ ପୋଛିଦେଲା ବୁଢ଼ୀ ମା କହିଲା ବାପରେ ସେ ପରା ମୋ ଜୀବନ ,ବାର ବ୍ରତ ତେର ଓଷା ,ଉପବାସ କରି ପୁଅ ପାଇଛି ,କେତେ ରାତ୍ରି ତା ପାଇଁ ଅନିଦ୍ରା ରହିଛି ,ଛୋଟ ଟେ ହେଇଥାଏ ସେ ,ଯେତେବେଳେ ପ୍ରଥମ ଡାକ ମା ବୋଲି ଡାକିଲା ମୋ ଜୀବନ ସାର୍ଥକ ହେଇଥିଲା I ପୁତ୍ ନାମକ ନର୍କ ରୁ ସେ ପରା ମତେ ଉଦ୍ଧାର କରିଛି I ଜୀବନ ଥିବାବେଳେ ନ ପଚାରୁ ପଛେ ,ମରିଗଲା ବେଳେ ତ ମୋ ମୁଁହରେ ଟିକେ ନିଆଁ ଦେବ I ସେତିକି ରେ ମୁଁ ଖୁସି I

ଆଖିରୁ ଝରି ପଡିଲା କୋହର ଦୁଇଧାର ଲୁହ ,ଭାବୁଥିଲି ସତରେ ସବୁ ମା ମାନେ ଏମିତି I ନା ତାଙ୍କ ସ୍ନେହ ମମତା କୁ ବୁଝିହୁଏ ନା ତଉଲି ହୁଏ ତାଙ୍କୁ ଯେତେ କଷ୍ଟ ଦେଲେ ବି ନିଜ ସନ୍ତାନ ପାଇଁ ସବୁବେଳେ ହୃଦୟ ରେ ସାଇତା ହେଇ ରହିଥାଏ ଅସରନ୍ତି ସ୍ନେହ I

Latest articles

ଚାଲ୍ ଫେରିଯିବା ଗାଆଁ କୁ -ଦୁର୍ଗା ଶଙ୍କର

ଆ ଫେରିଯିବା ଗାଆଁ କୁ ଆପଣେଇ ମାଟି ମାଆ କୁ ସହରୀ ଜୀବନ ସଙ୍କଟ ରେ ଏଠି ରୋଗୀ ସେବା ଖାଲି ନାଆଁ...

ବଜ୍ରପାତରେ ଦୁଇଫାଳ ହେଇଗଲା ଗଛ ,ସନ୍ୟାସୀ ବାବା ଙ୍କୁ ବଞ୍ଚାଇଦେଲେ ଚଣ୍ଡି ମା

କୁହାଯାଏ ଡର କାହାକୁ ଭୟ କାହାକୁ ମା ଅଛି ଚାରି ବାହାକୁ I ଏମିତି ଏକ ଅଲୌକିକ ଘଟଣା...

ପୁଲୱାମା ବୀର ଶହିଦଦିବସ ଉଦେଶ୍ୟରେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଙ୍ଗଠନ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର:ପୁଲଓ୍ୱାମା ଆକ୍ରମଣକୁ ଆଜି ଦୁଇ ବର୍ଷ ପୁରିଥିବା ବେଳେ ଏହି ଘଟଣାଟି ସତେ ଯେପରି ଆଜି ହେଇଥିବା ଭଳି...

ବ୍ଲକ ପରିସରରୁ ଶାଗୁଆନ ଗଛ ଚୋରି ଘଟଣା ସମିତି ଅଧ୍ୟକ୍ଷାଙ୍କ ସମେତ ୩ ଜଣଙ୍କ ନାମରେ ମାମଲା ରୁଜୁ

ସତ୍ୟବାଦୀ ବ୍ଲକ ପରିସରରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ ଗଛ ଚୋରି ଘଟଣାରେ ସମିତି ଅଧ୍ୟକ୍ଷାଙ୍କ ସମେତ ୩...

More like this