ପୋଲିସ ଇନସ୍ପେକ୍ଟର ଙ୍କୁ ବିବାହ ପାଇଁ କନ୍ୟା ନମିଳିବାରୁ ଇଛାମୃତ୍ୟୁ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ

କଥାରେ ଅଛି ଚାକିରୀ କରିବ ପୋଲିସ ମାଛ ଖାଇବ ଇଲୀଶ I ସବୁ ଚାକିରୀ ଠାରୁ ପୋଲିସ ଚାକିରୀ ର ଅଧିକ ସନମାନ ରହିଛି I ତେବେ ପୋଲିସ ଚାକିରୀ କରିବା ଜଣଙ୍କୁ ମହଙ୍ଗା ପଡିଛି I ବିବାହ ହେଇନପାରିବାରୁ ଇଛା ମୃତ୍ୟୁ ମାଗିଛନ୍ତି ଜଣେ ପୋଲିସ ଅଫିସର I ସୂଚନା ଅନୁଯାଇ ପୁନେ ର ସ୍ଥାନୀୟ ଦତ୍ତାଓ୍ବାଡ଼ି ପୋଲିସ ଷ୍ଟେଶନରେ ଦେବୀଦାସ ଘଓ୍ବୋରେ କାର୍ଯ୍ୟ କରନ୍ତି Iତାକୁ ୩୫ ବର୍ଷ ବୟସ ହେଇଥିବା ବେଳେ ସେ ବରିଷ୍ଠ ଇନସ୍ପେକ୍ଟର ଭାବେ କାର୍ଯ୍ୟ କରନ୍ତି I ତେବେ ବୟସ ଗଡିଯାଉଥିବା ବେଳେ ତାଙ୍କର ବିବାହ କୁ ନେଇ ସମସ୍ୟା ଲାଗି ରହିଥିଲା I

ଏପଟେ ତାଙ୍କର ୮୩ ବୟସ୍କ ବୃଦ୍ଧ ପିତା ଏବଂ ୭୦ ବର୍ଷ ବୟସ୍କା ବୃଦ୍ଧା ମା’ ଥିବାବେଳେ ତାଙ୍କୁ ସେମାନଙ୍କର ଯତ୍ନ ନେବା ବହୁତ ସମସ୍ୟା ହେଉଥିଲା I ଠିକ ଭାବରେ ନିଜ ଘର ଦାୟିତ୍ୱ ନେଇପାରୁନଥିଲେ ସେପଟେ ପୋଲିସ କାମରେ ବ୍ୟସ୍ତ ରହୁଥିଲେ I ଏଭଳି ସମୟରେ ଭାଙ୍ଗିପଡି ଈଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖିଛନ୍ତି ପୋଲିସ ବାବୁ ଜଣଙ୍କ I ତାଙ୍କ ଈଛାମୃତ୍ୟୁ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *