(ଉପସ୍ଥାପନା :ଗୋପାଳ ଚନ୍ଦ୍ର:)ଆଖିରୁ ଝରି ପଡୁଥାଏ ଅମାନିଆ ଲୁହଧାର ତଥାପି ସେ ଶୁଭ ମନାସୁଥିଲା ପୁଅ ପାଇଁ ,ଦରଦୀ କଣ୍ଠରେ ଥରି ଥରି କହୁଥିଲା ମୁଁ ପରା ତାକୁ ଅନ୍ତ ଫାଡ଼ି ଜନମ ଦେଇଛି ,ଛାତିରୁ ଅମୃତ ପିଆଇ ବଡ କରିଛି ,ଏବେ କିନ୍ତୁ ଏ ମା ର ସ୍ନେହ ମମତା ତା ପାଇଁ ଅଲୋଡ଼ା ହେଇଗଲାଣି ,ଆଜି ସେ ବହୁତ ବଡ ହେଇଗଲାଣି ,ଏ ମା ର ଆବଶ୍ୟକତା ତା ପାଇଁ ଆଉ ଦରକାର ନାହିଁ ,ବୁଢ଼ୀ ହେଇଗଲିଣି ବୋଲି ତା ପାଇଁ ବୋଝ ହେଇଗଲି ସେଥିପାଇଁ ବୋହୁ କଥାରେ ମତେ ଅନାଥ ଆଶ୍ରମ ରେ ଛାଡି ଦେଇ ଯାଇଛି
Iଧୀରେ ଧୀରେ ତା ପୁଅ ଝିଅ ମାନେ ବି ବଡ ହେଲେଣି ,ମୁଁ ରହିଲେ ସେମାନଙ୍କ ପାଠପଢ଼ାରେ ଅସୁବିଧା ହେଉଛି I ମୁଁ କଣ ଚାହିଁବି ମୋ ନାତି ନାତୁଣୀ ମାନେ ମୋ ପାଇଁ ମୂର୍ଖ ହୁଅନ୍ତୁ ?ବୁଢ଼ୀ ମା ର ଦରଦୀ କଣ୍ଠ ରୁ ନିଜ କୋହ ସମ୍ଭାଳି ନପାରି ପଚାରିଦେଲି ମା ,ତମ ପୁଅ ଏତେ କଷ୍ଟ ଦେଲା ତମେ ତାକୁ ଅଭିଶାପ ଦେଇ ଦେଉନା ,ସେ ହଇରାଣ ହେବ ?
ଆଖିରୁ ଲୁହ ପୋଛିଦେଲା ବୁଢ଼ୀ ମା କହିଲା ବାପରେ ସେ ପରା ମୋ ଜୀବନ ,ବାର ବ୍ରତ ତେର ଓଷା ,ଉପବାସ କରି ପୁଅ ପାଇଛି ,କେତେ ରାତ୍ରି ତା ପାଇଁ ଅନିଦ୍ରା ରହିଛି ,ଛୋଟ ଟେ ହେଇଥାଏ ସେ ,ଯେତେବେଳେ ପ୍ରଥମ ଡାକ ମା ବୋଲି ଡାକିଲା ମୋ ଜୀବନ ସାର୍ଥକ ହେଇଥିଲା I ପୁତ୍ ନାମକ ନର୍କ ରୁ ସେ ପରା ମତେ ଉଦ୍ଧାର କରିଛି I ଜୀବନ ଥିବାବେଳେ ନ ପଚାରୁ ପଛେ ,ମରିଗଲା ବେଳେ ତ ମୋ ମୁଁହରେ ଟିକେ ନିଆଁ ଦେବ I ସେତିକି ରେ ମୁଁ ଖୁସି I
ଆଖିରୁ ଝରି ପଡିଲା କୋହର ଦୁଇଧାର ଲୁହ ,ଭାବୁଥିଲି ସତରେ ସବୁ ମା ମାନେ ଏମିତି I ନା ତାଙ୍କ ସ୍ନେହ ମମତା କୁ ବୁଝିହୁଏ ନା ତଉଲି ହୁଏ ତାଙ୍କୁ ଯେତେ କଷ୍ଟ ଦେଲେ ବି ନିଜ ସନ୍ତାନ ପାଇଁ ସବୁବେଳେ ହୃଦୟ ରେ ସାଇତା ହେଇ ରହିଥାଏ ଅସରନ୍ତି ସ୍ନେହ I