ଏ ଧରାପୃଷ୍ଠରେ ଯାହା ପାଇଁ ପାଦ ଥାପିଛି , ନିଜ ଗର୍ଭରେ ଗୋଟିଏ ବୁନ୍ଦା ଜଳକୁ ଧାରଣ କରି ଗୋଟିଏ ଶରୀରର ରୂପ ଯେ ପ୍ରଦାନ କରିଛି,ନିଜ ଜୀବନକୁ ବାଜି ଲଗାଇ ଅସହ୍ୟ ଗର୍ଭ ଯନ୍ତ୍ରଣା ସହି ଯେ ଜନ୍ମ ଦେଇଛି , ନିଜେ ନ ଖାଇ ଖୁଆଇ ପିଆଇ ଯେ ବଡ଼ କରିଛି ,ନିଜେ ବାସୀ ଖାଦ୍ୟ ଖାଇ ଯେ ସଜ ଖୁଆଇଛି ,ସମସ୍ତେ ଖାଇବା ପରେ ଯେ ଖାଇଛି , ତଣ୍ଟିରେ ଲାଗିଲେ ପିଠି ଉପରେ ଯେ ଆଉଁସି ଦେଇଛି, ଝୁଣ୍ଟି ପଡ଼ିଲେ ନିଜ କୋଳକୁ ଯେ ଟାଣି ନେଉଛି, ନିଜ ସୌନ୍ଦର୍ଯ୍ୟକୁ ଖାତିରି ନକରି ସନ୍ତାନ ସନ୍ତତି ପାଇଁ ଯେ ବଳି ଦେଇଛି ,ସନ୍ତାନ ସନ୍ତତିର ପରିଶ୍ରା ଓଦା ଲୁଗାରେ ଶୋଇ ଯେ ଶୁଖିଲା ଲୁଗାରେ ଯେ ଶୁଆଇ ଦେଇଛି , ନିଜ ପଣତକାନି ଘୋଢ଼।ଇ ସବୁ ବିପଦ ଆପଦକୁ ଯେ ଠେଲି ଦେଇଛି, ସମସ୍ତେ ଶୋଇବା ପରେ ଯେ ଶୋଇବା ଶିଖିଛି , ସମସ୍ତେ ଉଠିବା ପୂର୍ବରୁ ଯେ ଉଠି ଜାଣିଛି , ନିଜ ଆୟୁଷ ବଦଳରେ ଯିଏ ସନ୍ତାନ ସନ୍ତତିର ଜୀବନ ଭିକ୍ଷା କରିଛି, ନିଜେ ନ ପିନ୍ଧି ଯେ ପିନ୍ଧାଇ ଦେଇଛି , ନିଜେ ଓପାସ ରହି ପେଟକୁ ଦାନା ଯେ ଖୋଜି ଆଣିଛି ,ସନ୍ତାନ ସନ୍ତତି ମଧ୍ୟରେ ଯେ ପକ୍ଷପାତିତା ନ କରିଛି ,ବାଣ୍ଟି ଖାଇବା ପାଇଁ ଯେ ହାତ ଧରି ଶିଖାଇ ଦେଇଛି , ବାପା ଙ୍କ ଗାଳି ମାଡ଼ରୁ ଯେ ରକ୍ଷା କରିଛି , ରାତି ରାତି ଉଜାଗର ରହି ଯେ ସେବା ଶୁଶ୍ରୁଷା କରିଛି, ହାତ ଧରି ଯେ ଚାଲି ଶିଖାଇଛି, ଜୀବନ ସାରା ମଙ୍ଗଳ କାମନା କରି ସେବା ଦେଇଛି ,ଯିଏ ଅସୁସ୍ଥ ହୋଇ ବି ଯେ ସୁସ୍ଥ ବୋଲି କହି ନେଇଛି ,ସଂସାରର ସମସ୍ତ ଦୁଃଖକୁ ନିଜ ଛାତିରେ ଚାପି ରଖି ଯେ ଓଠରେ ହସିଦେଉଛି ,ବିନା ମୂଲ୍ୟରେ ସେବା ଯେ ଯୋଗାଇ ଦେଇଛି ,ସେ ଆଉ କେହି ନୁହେଁ …. ମାଁ , ମୋ ମାଁ … ଆମ ସମସ୍ତଙ୍କ ମାଁ ।। ଯାହାଙ୍କ ପ୍ରଥମ ଶିକ୍ଷା ମତେ ମଣିଷ ପରି ମଣିଷ ଟିଏ କରି ଗଢି ତୋଳିବା ପାଇଁ ଶିଖାଇଛି, ଯାହାଙ୍କ ଯୋଗୁଁ ମତେ ଆଜି ପରିଚୟ ମିଳିଛି, ଯାହାଙ୍କ ଶିକ୍ଷା ମତେ ଆଚାର, ବ୍ୟବହାର, ଶାଳୀନତା ଓ ସଂସ୍କୃତି ବିଷୟରେ ଶିଖାଇଛି ସେ ହେଉଛି ହେଉଛନ୍ତି ମାଁ … ଆମ ସମସ୍ତଙ୍କ ମାଁ। ଯାହା ପାଇଁ ମୋର ଏ ଅସ୍ତିତ୍ୱ, ଯାହାଙ୍କ ସ୍ନେହରେ ନ ଥାଏ ସ୍ୱାର୍ଥ, କେବଳ ଥାଏ ସ୍ନେହ, ମମତା, ପ୍ରେରଣା, ବଳିଦାନ, ଆଦର, ସେବା ଯାହାର ନ ଥାଏ ମାପଦଣ୍ଡ, ନା କାହା ସହିତ ତୁଳନା, ତେଣୁ ତ ଈଶ୍ୱରଙ୍କ ସୃଷ୍ଟିରେ ସେ ସବୁଠାରୁ ଶକ୍ତିଶାଳୀ ସର୍ଜ୍ଜନା,ମହାନତା, ସୁନ୍ଦରତା, ସର୍ବଗୁଣସମ୍ପର୍ଣ୍ଣା। ତାଙ୍କ ପଦାରବିନ୍ଦରେ ମୋର ଭୂମିଷ୍ଠ ପ୍ରଣାମ। ସାରା ସଂସାରର ମାତୃମଣ୍ଡଳିଙ୍କ ଚରଣାବିନ୍ଦରେ କୋଟି କୋଟି ପ୍ରଣାମ।- ଦିଲ୍ଲୀପ କୁମାର ସାହୁ,Iସାଉଥକୋ ୟୁଟିଲିଟି ,ଦାରିଙ୍ଗବାଡ଼ି