ଏସି ଲଗାଇ କାର ଭିତରେ ଶୋଇପଡିଲେ ଦୁଇ ଯୁବକ : ସକାଳୁ ମିଳିଲା ମୃତଦେହ

ମିରଠି ଯାନି ଥାନା ଅନ୍ତର୍ଗତ ଭୋଲାଝାଲ ନିକଟରେ ଏକ କାର ଭିତରୁ ଦୁଇ ଜଣ ଯୁବକଙ୍କ ମୃତ ଦେହ ମିଳିଛି। କାର ର ଗୋଟିଏ ଝରକା ଖୋଲ ଥିବା ବେଳେ ବାକି ସବୁ ଝରକା ବନ୍ଦ ଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା।ପ୍ରାଥମିକ ତଦନ୍ତ ଅନୁସାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଅଣ ନିଃଶ୍ୱାସ ହୋଇଥିବା ହେତୁ ଜଣା ପଡିଛି।
ପୋଲିସ କାର ଯାଞ୍ଚ୍ କଲା ବେଳେ ଜଣେ ଯୁବକର ପକେଟ୍ ରୁ ଆଇଡି ଆଧାରରେ ଯୁବକର ପରିଚୟ ମିଳିଛି।ମୃତକ ହେଲେ ମେରଠ ର ବଜ୍ରପାଲ୍ ସିଂହ।

ଆଉ ଜଣେ ମୃତକ ହେଲେ ୫୫ ବର୍ଷ ବୟସ୍କ ନରେନ୍ଦ୍ର ତ୍ୟାଗୀ। ସେ ଇଲେକ୍ଟ୍ରି ଅଫିସ ରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ।
ଯୁବକ ଦୁଇ ଜଣ ନିଶାସକ୍ତ ଥିବାରୁ କାରରେ ଶୋଇପଡିଥିବାର ସୂଚନା ମିଳୁଛି।କାରରେ ଚାଲୁଥିବା ଏସି ଯୋଗୁ ଅଣ ନିଃଶ୍ୱାସ ହୋଇଥିବାର ପୋଲିସ ସନ୍ଦେହ କରୁଛି।

Leave a Reply

Your email address will not be published. Required fields are marked *