ମୋଦି ଅଜଣା ଓ ମୂର୍ଖ :ୟୁ.ପି କଂଗ୍ରେସ ଅଧ୍ୟକ୍ଷ ରାଜ ବବର

ୟୁ.ପି କଂଗ୍ରେସର ଅଧ୍ୟକ୍ଷ ରାଜ ବବର ଏଥର ଫତେହପୁର ମୈଦାନରେ ନିର୍ବାଚନ ଲଢ଼ୁଛନ୍ତି I ରାଜ ବବର ଗାଜିୟବାଦ ,ଆଗରା ,ଲକ୍ଷ୍ଣଓ ଏବଂ ଫିରୋଜାବାଦ ତରଫରୁ ନିର୍ବାଚନ ଲଢ଼ିସାରିଛନ୍ତି I ପୂର୍ବ ନିର୍ବାଚନରେ ସେ ଗାଜିୟବାଦ ତରଫରୁ ନିର୍ବାଚନ ଲଢୁଥିଲେ ଓ ସେହି ନିର୍ବାଚନରେ ସେ ହାରିଗଲେ I କେନ୍ଦ୍ରୀୟ ମନ୍ତ୍ରୀ ଜନରଲ ବି.କେ.ସିଂ ଙ୍କ ବିପକ୍ଷରେ ସେ ନିର୍ବାଚନ ଲଢ଼ିପାରିଲେ ନାହିଁ I ୟୁ.ପି କଂଗ୍ରେସ ଅଧ୍ୟକ୍ଷ ରାଜ ବବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଲେ I ମୋଦିଙ୍କୁ ଟାର୍ଗେଟ କରି କହିଲେ ମୋଦି ଯେଉଁ ଭାଷା କହୁଛନ୍ତି ସେହି ଭାଷାତ ଅଜ୍ଞାନୀ ଓ ମୂର୍ଖ ଲୋକବି କହୁଛନ୍ତି I ପାଂଚ ବର୍ଷରେ ସେ କୌଣସି କଥା ପୁରଣ କରିନାହାନ୍ତି I

ରାଜ ବବର ସୋନମଦ୍ରରେ ସଂସଦୀୟ ସିଟି ପାଇଁ କଂଗ୍ରେସର ପ୍ରତ୍ୟାଶୀ ଭଗବତ ପ୍ରସାଦ ଚୌଧୁରୀଙ୍କ ସମର୍ଥନର ଭୋଟ ମାଗିବା ପାଇଁ ପହଂଚିଥିଲେ I କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ କହିଲେ ଆମେ ଏଠି ଡେରିରେ ପହଂଚିଥିବାରୁ କ୍ଷମା ମାଗୁଛୁ Iଡେରି ହେବାର କାରଣ ହେଉଛି ଦିଲ୍ଲୀ ଏୟାରପୋର୍ଟରେ ବାରଣାସୀର ସାଂସଦ ଯିଏ ପ୍ରଧାନମନ୍ତ୍ରୀଙ୍କ ପାଇଁ ଖତରା ଥିଲା ସେତିପାଇଁ ଫ୍ଲାଇଟିକୁ ରୋକାଯାଇଥିଲା I ରାଜ ବବର କହିଲେ ବି.ଯେ.ପି ତା କାମ ପାଇଁ ଭୋଟ ମାଗୁନି ବରଂ ସେ ଆମର କାମକୁ ନୀଚ୍ଚ ଦେଖାଇ ଭୋଟ ମାଗୁଛି I ୟୁ.ପି କଂଗ୍ରେସର ଅଧ୍ୟକ୍ଷ ରାଜ ବବର ଏଥର ଫତେହପୁର ମୈଦାନରେ ନିର୍ବାଚନ ଲଢ଼ୁଛନ୍ତି I

Leave a Reply

Your email address will not be published. Required fields are marked *