ଯୋଗ୍ୟତା ନିର୍ଣ୍ଣୟ ପରୀକ୍ଷା ରେ ଆଉ ସଂରକ୍ଷଣ ଗ୍ରହଣୀୟ ନୁହେଁ:ସୁପ୍ରିମ କୋର୍ଟ

ଯୋଗ୍ୟତା ନିର୍ଣ୍ଣୟ ପାଇଁ ଉଦ୍ଦିଷ୍ଟ ପରୀକ୍ଷାରେ କୌଣସି ପ୍ରକାରର ସଂରକ୍ଷଣ ଲାଗୁ ହୋଇ ପାରିବ ନାହିଁ।ଦକ୍ଷତା ଅନୁସାରେ ଛାତ୍ରଛାତ୍ରୀ ମାନେ ଯୋଗ୍ୟତା ପର୍ଯ୍ୟାୟ ପରୀକ୍ଷା ଦେଇ ଉତ୍ତିନ ହେବେ।

ସୁପ୍ରିକୋର୍ଟଙ୍କ ଅବକାଶ କାଳୀନ ବେଞ୍ଚ ରେ ଥିବା ଜଷ୍ଟିସ ଇନ୍ଦିରା ବାନାର୍ଜୀ,ଜଷ୍ଟିସ ସଞ୍ଜୀବ ଖାନାଙ୍କ ଖଣ୍ଡପୀଠ କହିଛନ୍ତି ” ଯେ କୌଣସି ଶ୍ରେଣୀ ପାଇଁ ହେଉଥିବା ସଂରକ୍ଷଣ ବ୍ୟବସ୍ଥା କେବଳ ନାମଲେଖା କ୍ଷେତ୍ରରେ ଲାଗୁ ହୋଇପାରିବ।ଯୋଗ୍ୟତା ନିର୍ଣ୍ଣୟ କରିବାକୁ ହେଉଥିବା ପରୀକ୍ଷାରେ କୌଣସି ସଂରକ୍ଷଣ ବ୍ୟବସ୍ଥା ଗ୍ରହଣୀୟ ନୁହେଁ।

ସିଟିଇଟି ହେଉଛି ଏକ ଯୋଗ୍ୟତା ଭିତ୍ତିକ ପରୀକ୍ଷା।ତେଣୁ ଏ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇପାରିବ ନାହିଁ।ସିଟିଇଟି ୨୦୧୯ ପରୀକ୍ଷାରେ ଆର୍ଥିକ ପଛୁଆ ଶ୍ରେଣୀର ପରୀକ୍ଷାର୍ଥୀ ଙ୍କ ପାଇଁ ୧୦%ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା।ତେବେ ସୁପ୍ରିକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *