ରକ୍ଷକ ହେଲା ଭକ୍ଷକ:୩୦୦ ରୋଗୀ ଙ୍କୁ ହତ୍ୟା କଲା ନର୍ସ

ଜର୍ମାନୀ ର ଘଟିଛି ଏକ ସିରିଏଲ୍ ହତ୍ୟାକାଣ୍ଡ। ଯାହାକି ବିଂଶ ଶତାବ୍ଦୀ ର ନାଜି ଶାସନ ବେଳର ନରସିଂହାର କଥା ମାନେ ପକାଇ ଦେଉଚି। ଜର୍ମାନୀ ର ଏହି ହତ୍ୟାକାଣ୍ଡ ନିଲ୍ ହେଲ ନାମକ ଏକ ନର୍ସ ୫ ବର୍ଷ ମଧ୍ୟରେ ୩୦୦ ରୋଗୀ ଙ୍କୁ ହତ୍ୟା କରିଛି। ଯାହାକି ବର୍ତମାନ ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। କିନ୍ତୁ ସବୁଠୁ ରହସ୍ୟମୟ କଥା ହେଉଛି ଏହି ନର୍ସ ଜଣକ କିଭଳି ଏତେ ରୋଗୀ ଙ୍କୁ ହତ୍ୟା କରିଲା ଏବଂ ତାହାକୁ କିଭଳି ରୋକାଯାଇ ପରିଲାନାହି।

୪୨ ବର୍ଷୀୟ ହେଜେଲ୍ ୪୩ ଜଣକୁ ହତ୍ୟା କରିଥିବା ସ୍ବୀକାର କରିଥିବା ବେଳେ ଅନ୍ୟ ୫ ଜଣକୁ ହତ୍ୟା କରିଥିବା ଅସ୍ୱୀକାର କରିଛି। କିନ୍ତୁ ୨୦୦୦ ମସିହା ରୁ ହତ୍ୟାକାଣ୍ଡ ଆରମ୍ଭ କରାଯାଇଥିବା ବେଳେ ଲଗାତାର ୫ ବର୍ଷ ମଧ୍ୟରେ ପ୍ରାୟ ୩୦୦ ରୋଗୀ ଙ୍କୁ ହତ୍ୟା କରାଯାଇଥିବା ଅନୁସନ୍ଧାନକାରି ସନ୍ଦେହ କରିଛନ୍ତି। ବର୍ତ୍ତମାନ ହେଜେଲ ଙ୍କୁ ୨ ରୋଗୀ ଙ୍କୁ ହତ୍ୟା କରିଥିବା ଓ ଅନ୍ୟ ୪ ଜଣ ଙ୍କ ହତ୍ୟା କାଣ୍ଡ ରେ ସଂପୃକ୍ତ ଥିବା ଅପରାଧ ରେ ସେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।

ସୂଚନା ଯୋଗ୍ୟ ଯେ ହେଯେଲ୍ ପ୍ରଥମେ ଓଲଡେନବର୍ଗ ର ଗୋଟିଏ ହସ୍ପିଟାଲ୍ ରେ ନର୍ସ ଭାବରେ କାର୍ଯ୍ୟ କରୁଥିଲେ। ତେବେ ସେଠାରେ ବହୁତ ରୋଗୀ ଙ୍କ ସନ୍ଦେହଜନକ ଭାବରେ ମୃତ୍ୟୁ ହେବା ପରେ ସେଠାରୁ ତାଙ୍କୁ ବିଦା କରିଦିଆଯାଇଥିଲା। ପରେ ସେ ଡେଲମେନହରସ୍ତ ହସ୍ପିଟାଲ୍ ରେ ଯୋଗ ଦେଇଥିଲେ। କିନ୍ତୁ ପୂର୍ବରୁ ସେ ଯେଉଁ ହସ୍ପିଟାଲ୍ ରେ କାର୍ଯ୍ୟ କରୁଥିବା ସନ୍ଦେହ ଜଣକ ମୃତ୍ୟୁ ବିଷୟରେ କୌଣସି ଆପତ୍ତି କରାଯାଇନଥିଲା କି ହେଯେଲ ର କୌଣସି କାର୍ଯ୍ୟକଳାପ ଉପରେ କୌଣସି ସୂଚନା ଦିଆଯାଇନଥିଲା।

କ୍ରମାଗତ ହତ୍ୟାକାଣ୍ଡ ର ତଦନ୍ତ ପାଇଁ ଜର୍ମାନୀ, ପୋଲାଣ୍ଡ ଏବଂ ତୁର୍କୀ ରେ ୧୩୦ ଜଣଙ୍କ ସବ କୁ ଶ୍ମଶାନ ରୁ ବାହାର କରାଯାଇ ଅନୁସନ୍ଧାନ କରାଯାଇଛି। ଏଥିପାଇଁ ପ୍ରାୟ ୧୦ ବର୍ଷ ସମୟ ଲାଗିଛି।

Leave a Reply

Your email address will not be published. Required fields are marked *