ଏଟିଏମ୍ ଭିତରେ ଯୁବକ ନିଜର ଯୌନାଙ୍ଗ ବାହାର କରି ଯୁବତୀ ଙ୍କ ସାମ୍ନାରେ କଲେ ଏପରି କାମ

ମୁମ୍ବାଇ ରେ ଏମିତି ଏକ ଘଟଣା ଘଟିଯାଇଛି ଯାହାକି ସଭ୍ୟ ସମାଜ ପ୍ରତି ଆଙ୍ଗୁଳି ଉଠାଇଛି I ସ୍ମାର୍ଟ ସହର ରେ ଯେ ଏପରି ବିକୃତ୍ତମାନସିକତା ଥାଇପାରେ ତାହା ବିଶ୍ୱାସ କରିହେଉନି I ସୂଚନା ଅନୁଯାଇ ମୁମ୍ବାଇ ର ଜଣେ ଯୁବତୀ ଅଫିସ ରୁ ନିଜ କାର୍ଯ୍ୟ ସାରି ଘରକୁ ଫେରୁଥିଲେ କିନ୍ତୁ ଆସିଥିବା ଅଟୋ ଭଡା ଦେବାକୁ ତାଙ୍କ ପାଖରେ ଖୁଚୁରା ପଇସା ନଥିବାରୁ ସେ ବାଧ୍ୟ ହେଇ ଏଟିଏମ୍ ରୁ ପଇସା ଉଠାଇବାକୁ ହରିଓମ ନିକଟରେ ରହିଥିଲେ I କିନ୍ତୁ ବିଳମ୍ବିତ ରାତ୍ରିରେ ଏଟିଏମ ଟି କାମ କରୁନଥିଲା ତେଣୁ ସେ ପାଖରେ ଥିବା ଜଣେ ଯୁବକ ଙ୍କୁ ସାହାଯ୍ୟ ମାଗିଥିଲେ ଟଙ୍କା ଉଠାଇବାରେ I

ଯୁବକ ଜଣଙ୍କ ସାହାଯ୍ୟ କରିବା ବଦଳରେ ଏଟିଏମ ଭିତରେ ମହିଳା ଙ୍କ ପ୍ରାଇଭେଟ ପାର୍ଟ କୁ ସ୍ପର୍ଶ କରିବାକୁ ଚେଷ୍ଟା କରିଥିଲେ I ମହିଳା ଜଣଙ୍କ ଏନେଇ ବିରୋଧ କରିବା ସହିତ ନିଜ ମୋବାଇଲ ରୁ ନିକଟସ୍ତ ପୋଲିସ କୁ ଖବର ଦେଇଥିଲେ ଏସଏମଏସ ଜରିଆରେ I

ତେବେ ଯୁବକ ଜଣଙ୍କ କିଛି ନଶୁଣି ମହିଳା ଙ୍କ ସହିତ ଖରାପ କାମ କରିବାରେ ଆଗେଇ ଆସିଥିଲା ଏପରିକି ଏଟିଏମ୍ ଭିତରେ ଖୋଲାଖୋଲି ନିଜର ପ୍ୟାଣ୍ଟ ଚେନ ଖୋଲି ନିଜ ପ୍ରାଇଭେଟ ପାର୍ଟ ଗୁପ୍ତାଙ୍ଗ କୁ କାଢି ମହିଳାଙ୍କୁ ଦେଖାଇ ଅଶ୍ଳୀଳ ଇଙ୍ଗିତ କରିଥିଲେ I

ମହିଳା ଜଣଙ୍କ ନିଜ ମୋବାଇଲ ରେ ସମ୍ପୃକ୍ତ ଘଟଣାକୁ ରେକର୍ଡ କରିଦେଇଥିଲେ I ଠିକ ସେତିକି ବେଳକୁ ସେଠାରେ ସ୍ଥାନୀୟ ପୋଲିସ ପହଞ୍ଚିସାରିଥିଲେ I ମହିଳା ଜଣଙ୍କ ଦୌଡ଼ି ଯାଇ ପୋଲିସ କୁ ସମସ୍ତ ଘଟଣା ଜଣାଇବା ଭିତରେ ଯୁବକ ଜଣଙ୍କ ତରବରରେ ନିଜ ଗୁପ୍ତାଙ୍ଗ କୁ ପ୍ୟାଣ୍ଟ ଭିତରେ ପୁରାଇ ଦୌଡ଼ି ପଳାଇଥିଲେ Iଯୁବତୀ ଜଣଙ୍କ ଭିଡିଓ ଟିକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଯୁବକ ଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି I

Leave a Reply

Your email address will not be published. Required fields are marked *