ଟ୍ରେନ୍‌ରେ ବିନା ଟିକେଟରେ ଧରା ପଡ଼ିବା ପରେ ଯାତ୍ରୀ କହିଲେ, ମୋ ଆକାଉଣ୍ଟକୁ ୭୨,୦୦୦ଟଙ୍କା ଆସିଗଲେ ଜରିମାନା ଦେଇଦେବି

ଅନେକ ଯାତ୍ରୀ ମାନେ ଟ୍ରେନ ରେ ବିନା ଟିକେଟ ରେ ଯାତ୍ରା କରିଥାନ୍ତି। ଏବଂ ଧାରା ପଡି ଜୋରିମାନା ମଧ୍ୟ ଦେଇଥାନ୍ତି। କିନ୍ତୁ ଅନେକ ଯାତ୍ରୀ ଟିକେଟ ନ କରିବାର ବିଭିନ୍ନ ବାହାନ ମଧ୍ୟ କରିଥିଆନ୍ତି। କିନ୍ତୁ ବର୍ତ୍ତମାନ ଅବଧ ଏକ୍ସପ୍ରେସ ରେ ଘଟିଛି ଯେଉଁଠି କି ବିନା ଟିକେଟ ରେ ଯାତ୍ରା କରୁଥିବା ଯାତ୍ରୀ ଏଭଳି ଏକ ବାହାନା ଦେଖାଇଥିଲେ ଯାହାକୁ ଶୁଣି ଟିକେଟ ନିରୀକ୍ଷକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ରତଲାମ ରେଳ ମଣ୍ଡଳ ବିନା ଟିକେଟ ରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ ଏକ ନୂତନ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଦ୍ଵାରା ୩ ଦିନରେ ୫୭୭ ଜଣ ବିନା ଟିକେଟ ରେ ଯାତ୍ରା କରୁଥିବା ଯାତ୍ରୀ ଙ୍କ ଠାରୁ ପ୍ରାୟ ୨ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇ ସାରିଲାଣି।

ଟିକେଟ ନିରୀକ୍ଷକ ଅବଧ ଏକ୍ସପ୍ରେସ ର ଜେନେରାଲ କୋଚ୍ ରେ କୋଚିଂ କରୁଥିଲେ। ଏହି ସମୟରେ ଏକ ବ୍ୟକ୍ତି ବିନା ଟିକେଟ ରେ ଯାତ୍ରା କରୁଥିବାର ଦେଖି ତାଙ୍କୁ ସେ ଜୋରିମାନା ମାଗିଥିଲେ। କିନ୍ତୁ ବ୍ୟକ୍ତି ଜଣକ ବାହାନା ଦେଖାଇ କହିଥିଲେ ଯେ ତାଙ୍କ ଆକାଉଣ୍ଟ୍ କୁ ୭୨୦୦୦ ଟଙ୍କା ଆସିବାର ଅଛି। ଆସିନିବାପରେ ସେ ନିଜେ ଜୋରିମାନା ଦେଇ ଆସିବେ ବୋଲି କହିଥିଲେ। ଏକଥା ଶୁଣି ଟିକେଟ ନିରୀକ୍ଷକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ବାସ୍ତବରେ ପ୍ରକୃତ କଥା ହେଉଛି କି ୨୦୧୯ ଲୋକସଭା ନିର୍ବାଚନ ରେ କଂଗ୍ରେସ କ୍ଷମତା କୁ ଆସିଲେ ଦେଶରେ ୫ କୋଟି ଟଙ୍କା ଗରିବ ପରିବାର କୁ ନିଉନତମ ଗ୍ୟାରେଣ୍ଟି ଯୋଜନା ମାଧ୍ୟମ ରେ ୭୨୦୦୦ ତାଙ୍କ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି କଂଗ୍ରେସ। ଯାହା ପାଇଁ ସେ ଏଭଳି କହିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *