ପୁରୀରେ ଲାଇନ୍ କାମ କରୁଥିବା ସମୟରେ ଖୁଣ୍ଟରୁ ଖସିପଡି ବିଦ୍ୟୁତ (ଫେଡ଼କୋ ) କର୍ମଚାରୀଙ୍କ ମୃତ୍ୟୁ ।

ଚାଲିଯାଇଛି ବାତ୍ୟା ଫନି ,ୟା ମଧ୍ୟରେ ପାଖାପାଖି 12ଦିନ ବିତିଗଲାଣି ,ସ୍ୱାଭାବିକ ହେଇପାରୁନି ବିଦ୍ୟୁତ ବିଭାଗ I ବିଶେଷ କରି ପୁରୀରେ ଅବସ୍ଥା ସମ୍ପୂର୍ଣ୍ଣ ବିଗିଡିଯାଇଛି I ଡହ ଡହ ଖରାରେ ବିଦ୍ୟୁତ ବିଭାଗ କୁ ସଜାଡ଼ିବାକୁ ଲାଗି ପଡିଛନ୍ତି ବିଦ୍ୟୁତ କର୍ମଚାରୀ Iନା ଅଛି ବିଶ୍ରାମ ନା କାହାର ସମବେଦନା ,ତଥାପି ଲାଗିପଡିଛନ୍ତି ବିଦ୍ୟୁତ କର୍ମଚାରୀ ଦିନ ରାତି ଏକାଠି କରି କିପରି ବିଦ୍ୟୁତ ସ୍ୱାଭାବିକ ହେବ I ଲୋକମାନେ ଆଲୋକ ପାଇବେ I କିନ୍ତୁ ପୁରୀରେ ଘଟିଛି ଏକ ହୃଦୟ ବିଦାରକ ଘଟଣା I ଲୋକଙ୍କୁ ଆଲୋକ ଦେବାକୁ ଯାଇ ଜଣେ ବିଦ୍ୟୁତ କର୍ମଚାରୀ ଙ୍କର ନିଜ ଘର ଅନ୍ଧାର ହେଇଯାଇଛି I

ସୂଚନା ଅନୁଯାଇ ଗତକାଲି ଯୁଦ୍ଧ କାଳୀନ ଭିତ୍ତିରେ ବିଦ୍ୟୁତ ମରାମତି ହେଉଥିବା ସମୟରେ ପୁରୀ ସହରର ଭିଆଇପି ରୋଡସ୍ଥିତ ପୁଲିସ ବାରାକ୍‌ରେ କାମ ଚାଲିଥିଲା I ସେସୁ ର ଫ୍ରାଞ୍ଚାଇଜ ଫେଡ଼କୋ ଅଧୀନ ରେ କାମ କରୁଥିବା ମଙ୍ଗରାଜ ରାଓ (୨୫) ସନ୍ଧ୍ୟା ସମୟରେ ଖୁଣ୍ଟ ରେ ଚଢି କାମ କରୁଥିବା ସମୟରେ କୌଣସି କାରଣ ବଶତଃ ତଳକୁ ଖସିପଡିଥିଲେ I

ତାଙ୍କୁ ସଂଗେ ସଙ୍ଗେ ପୁରୀ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ହସ୍ପିଟାଲ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ଖବର ଅନୁଯାଇ ମଙ୍ଗରାଜ ଙ୍କ ଘର ପୁରୀର ବାଲି ନୋଳିଆ ସାହି ଏବଂ ସେ ଫେଡ଼କୋ ଅଧୀନ ରେ କାର୍ଯ୍ୟ କରିଆସୁଥିଲେ I ମଙ୍ଗରାଜ ଙ୍କ ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି I

Leave a Reply

Your email address will not be published. Required fields are marked *