ବାତ୍ୟା ପରେ ବ୍ୟାପିଲା ଝାଡ଼ାବାନ୍ତି ଓ ଜଣ୍ଡିସ୍, ପୁରୀ ଓ ଭୁବନେଶ୍ବରରେ ବହୁ ସଂଖ୍ୟାରେ ଆକ୍ରାନ୍ତ

ଫନି ପ୍ରଭାବିତ ପୁରୀ ଓ ଭୁବନେଶ୍ୱର ଅଞ୍ଚଳ ରେ ବର୍ତ୍ତମାନ ବ୍ୟାପିଛି ଜଣ୍ଡିସ ଓ ଝାଡା ବାନ୍ତି। ବହୁ ସ୍ଥାନରେ ଏବେ ବିଶୁଦ୍ଧ ପାଣି ର ଅଭାବ ଥିବାରୁ ଆଗାମୀ ଦିନରେ ଆହୁରି ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇ ପରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ର ୨୭୩୭ ଟି କୂଅ ସୁରକ୍ଷିତ ବୋଲି ଏପର୍ଯ୍ୟନ୍ତ କର୍ତ୍ତୃପକ୍ଷ କହି ପାରୁନାହାଁନ୍ତି। ଫୋନୀ ତାଣ୍ଡବ ରେ ଖୋଲା ଜଳ ଉତ୍ସ ଥିବା କୂଅ, ପୋଖରୀ ଓ ନାଳ ଗୁଡ଼ିକ ପ୍ରଦୂଷିତ ହୋଇଯାଇଥିବା ବେଳେ ସେଥିରେ ଗଛ ଓ ମୃତ ପଶୁ ପକ୍ଷୀ ପଡି ପଚି ପାଣି ନଷ୍ଟ ହୋଇଯାଇଛି। ଜଳ ଉତ୍ସ ସଂକ୍ରମଣ ନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିାବ ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସେହୁଡିକ ପରୀକ୍ଷା କରିଛନ୍ତି। ପ୍ରଥମ ପର୍ଯ୍ୟାୟ ରେ ୪୦୫୯ ଟି ନଳକୂପ ବିଶୋଧନ କରାଯାଇଛି। କିନ୍ତୁ ଦ୍ଵିତୀୟ ପର୍ଯ୍ୟାୟ ରେ ଏପର୍ଯ୍ୟନ୍ତ ୧୩୨୫ ଟି ନଳକୂପ ବିଶୋଧନ କରାଯାଇଛି। ଏବଂ ଆହୁରି ୨୭୩୭ ଟି କୂପ ବ୍ୟବହାର ଉପଯୋଗୀ ହୋଇ ପାରିନି।

ସେହିପରି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କେତେକ ପୋଖରୀ ର ଜଳ ର ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ସତ୍ୟବାଦୀ ବଡ଼ହାଟ ରେ ଥିବା ଏକ ପୋଖରୀ ର ପାଣି ଆଦୌ ବ୍ୟବହାର ଯୋଗ୍ୟ ନୁହଁ ବୋଲି ସିଡିଏମଓ ସୂଚନା ଦେଇଛନ୍ତି।

ଖାଦ୍ୟ ସୁରକ୍ଷା ଅଧିକାରୀ ଙ୍କ ପକ୍ଷରୁ ପୁରୀ ସହର ସମେତ ପିପିଲି , ବ୍ରହ୍ମଗିରି, ର ମୋଟ ୭୫ ଟି ନଳକୂପ ପାଣି ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ୭୫ ଟି ନଳକୂପ ର ପାଣି ର PH ଠିକ୍ ନଥିବାରୁ ତାହା ବ୍ୟବହାର ଯୋଗ୍ୟ ବୋଲି ରିପୋର୍ଟ୍ ରେ କୁହାଯାଇଛି।

Leave a Reply

Your email address will not be published. Required fields are marked *