ବିଧବା ମହିଳାକୁ ଛୁରୀ ଦେଖାଇ ଘରେ ବାନ୍ଧି ଲଗାତାର ୨ ବର୍ଷ ଯାଏଁ ଧର୍ଷଣ

ଦିନକୁ ଦିନ ଦୁଷ୍କର୍ମ ବଢିଚାଲିଥିବା ବେଳେ ସାଙ୍ଘାତିକ ହେଉଛି ଦୁଷ୍କର୍ମକାରୀ ଙ୍କ ମାନସିକତା I ନା ସେମାନଙ୍କ ମାନସିକତା ରେ ଆସୁଛି ପରିବର୍ତନ ନା କମୁଛି ଏହି ଘୃଣିତ ଅଧ୍ୟାୟ I ତେବେ ଛତିଶ ଗଡ ରେ ସାମ୍ନା କୁ ଆସିଛି ଏକ ଅଭାବନୀୟ ଘଟଣା I ସୂଚନା ଅନୁଯାଇ ଜଣେ ବିଧବା ସ୍ତ୍ରୀ ଲୋକ ଯାହାଙ୍କର ସ୍ୱାମୀ ବହୁତ ଆଗୁରୁ ହିଁ ଦୁନିଆ ଛାଡି ଚାଲିଯାଇଥିଲେ ,ତାଙ୍କୁ ଜୋରଜବରଦସ୍ତ ଧର୍ଷଣ କରିଛି ଜଣେ ଦୁଷ୍କର୍ମକାରୀ I ଏହାଠୁ ବଡ ଦୁଃଖ ଆଉ ମହିଳା ପାଇଁ କଣ ହେଇପାରେ Iଆଉ କଉଠି କିଛି ବାକି ରହିଯାଇଥିଲା ଯାହା ତାର ଇଜ୍ଜତକୁ କରିଦେଲା ଛାରକାର I ଏହି ମାମଲା ହେଉଛି ଛତିଶିଗଡର ଯେଉଁଠି ସଲିମି ନାମକ ଏକ ବ୍ୟକ୍ତି ମହିଳା ସହ କରିଥିଲା ବଳତ୍କାର I

ଛତିଶିଗଡର ରାଜଧାନୀ ରାୟପୁରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଏକ ମହିଳାକୁ ଛୁରୀ ଦେଖାଇ ବଳାତ୍କାର କରାଯାଇଛି Iଘଟଣା ଏହାକି ସଲିମି କୁରେସି ନାମକ ରାକ୍ଷାସ ଦୁଇ ବର୍ଷ ପର୍ଯ୍ୟନ୍ତ ଏକ ବିଧବା ମହିଳାକୁ ବଳତ୍କାର କରିଛି I ଏହି ଘଟଣାବି ବିଷୟରେ ମୁହଁ କାହା ଆଗରେ ନଖୋଲିବା ପାଇଁ ଧମକ ମଧ୍ୟ ଦେଇଛି I ପୋଲିସି ଆଗରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତାହା ଶୁଣିଲା ନାହିଁ I ମାମଲା ହେଉଛି ଖମତରାଇର ମିସେସେ ଆନନ୍ଦ କଟନେର୍ଷେ ପ୍ରାଇଭେଟେ ଲିମିଟେଡର I

ପୀଡିତ ମହିଳା ଜଣେ ବିଧବା ଓ ସ୍ୱାମୀ ମରିବା ପରେ ସେ ନିବେଶରୁ ମନପୁରୀ କାମ କରିବାକୁ ଆସିଥିଲେ Iମହିଳା ଆନନ୍ଦ କଣ୍ଟେସଙ୍କ ଲେବର କ୍ଵାଟରରେ ରହୁଥିଲେ I ଏହି କମ୍ପାନୀରେ ସଲିମି କୁରେସି ଟ୍ରକ ଡ୍ରାଇଭର ଭାବେ କାମ କରୁଥିଲେ I ସଲିମି ମହିଳାଙ୍କ ନମ୍ବର ଚୌକିଦାରଠାରୁ ନେଇ ଅଶ୍ରୀଳ ଭାଷାରେ କଥା ହେବାକୁ ଲାଗିଲା ଓ ମହିଳା ଉପରେ ଖରାପ ନଜର ମଧ୍ୟ ପକାଇଲା I

10 ଡିସେମ୍ବର 2017 ଦିନ ମହିଳା ଜଣକ କ୍ଵାଟରରେ ଏକଲା ଥିଲେ ଏହି ସମୟରେ ସଲିମ କବାଟ ଭାଙ୍ଗି ଭିତରକୁ ପଶିଆସିଲା I ଆରୋପି ମହିଳାକୁ ଛୁରୀ ଦେଖାଇ ଜୀବନରୁ ମାରିଦେବା ପାଇଁ ଧମକ ଦେଲା ତାସହ ଅଶ୍ରୀଳ ଭିଡିଓ ବନାଇ ତାକୁ ବଳାତ୍କାର କଲା I ଯେତେବେଳ ମହିଳା ଜଣକ ତା କବଳରୁ ଖସିଯାଇ ମା ପାଖକୁ ଯିବାକୁ ଚେଷ୍ଟା କଲା ସେତେବେଳେ ଆରୋପି ତାକୁ କମ୍ପାନୀରେ ବାଂଧିକି ରଖିଦେଲା I ମହିଳା ଜଣକ ତା କବଳରୁ ଖସିଯାଇ ଖମତରାଇ ଥାନାରେ ଜଣାଇଲା I

ପୁରା ଘଟଣାକୁ ନେଇ ପୋଲିସ କହିଲା ସଲିମି ମହିଳା ଜଣକୁ ଡରେଇ ଧମେକେଇକି ତାଙ୍କ ସହ ବଳାତ୍କାର କରିଛି I ଆରୋପି ଶୋଷଣକୁ ସହିନପାରି ପରିବାର ଲୋକଙ୍କ ସହ ମିଶି ଖମତରାଇ ଥାନାରେ ଜଣାଇଥିଲା I ପୋଲିସ ସଂଗେ ସଂଗେ ଯାଇ ସଲିମିକୁ ଗିରଫ କରି ଦଫା 376 ଅନୁସାରେ ତାକୁ ଦଣ୍ଡ ଦେଇଛି

Leave a Reply

Your email address will not be published. Required fields are marked *