ମୋଦିଙ୍କ ସଭାସ୍ଥଳ ନିକଟରେ ପକୁଡି ବିକ୍ରି କରୁଥିଲେ ଡିଗ୍ରୀଧାରୀ ଛାତ୍ରଛାତ୍ରୀ । ଉଠାଇନେଲା ପୋଲିିସ

ଗତକାଲି ଚଣ୍ଡିଗଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂକ ରାଲି ନିକଟରେ ଦେଖିବାକୁ ମିଳିଛି ଏପରି ଏକ ଦୃଶ୍ୟ ଯେଉଁଥିରେ ଡିଗ୍ରୀ ଧାରି ପିଲାମାନେ ମୁଣ୍ଡରେ ଗ୍ରାଜୁଏଟ୍ ଟୋପି ପିନ୍ଧି ହାତରେ ପକୁଡ଼ି ବିକୁଛନ୍ତି।ଏବଂ ତାଙ୍କୁ ଘେରି ରହିଛନ୍ତି ପୋଲିସ।
ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ଚଣ୍ଡିଗଡ଼ରେ ପ୍ରଚାର କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ବିଜେପି ପର୍ଥୀଙ୍କ ପାଇଁ ଭୋଟ ଅପିଲ କରିଥିଲେ ମୋଦି।

ଏ ସବୁ ଭିତରେ ମୋଦୀଙ୍କ ରାଲି ସ୍ଥଳରେ ପକୁଡ଼ି ବିକୁଥିବା ୧୨ ଜଣ ଛାତ୍ରଙ୍କୁ ଉଠାଇ ନେଇଥିଲା ଚଣ୍ଡୀଗଡ଼ ପୋଲିସ।ତେବେ ମୋଦୀଙ୍କ ରାଲି ସରିବା ପରେ ଏହି ଛାତ୍ର ମାନଙ୍କୁ ଛାଡିଦେଇଥିଲା ପୋଲିସ।
ପକୁଡ଼ି ବିକ୍ରି କରୁଥିବା ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ ପକୁଡ଼ି ଯୋଜନାରେ ନୂଆ ରୋଜଗାର ଦେଇଥିବାରୁ ମୋଦିଙ୍କୁ ସ୍ଵାଗତ କରିବାକୁ ଆସିଥିଲୁ।ଜଣେ ଶିକ୍ଷିତ ଯୁବକ ପକୁଡ଼ି ବିକ୍ରି କରିବା କେତେ ମହାନ୍ ତାହା ଦର୍ଶାଇବା ପାଇଁ ଆମେ ପକୁଡ଼ି ବିକ୍ରି କରୁଥିଲୁ।

ଏହା ପୂର୍ବରୁ ଗତବର୍ଷ ଜାନୁଆରୀ ମାସରେ ନିଯୁକ୍ତି ଓ ରୋଜଗାରର ପ୍ରଶ୍ନ ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ପକୁଡ଼ି ବିକ୍ରି କରି ମଧ୍ୟ ଜଣେ ଦିନକୁ ୨୦୦ ଟଙ୍କା ରୋଜଗାର କରିପାରିବ।ମୋଦୀଙ୍କର ଏହି ବୟାନକୁ ନେଇ ବିରୋଧୀ କଡ଼ା ସମାଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *