ଓଡ଼ିଶାର କେନ୍ଦୁଝର ରେ ଟ୍ରି ହାଉସ ,ଚକିତ କରୁଛି ଦର୍ଶକ ଙ୍କୁ

ଗଛ ଉପରେ ଘର ତାହା ପୁଣି ଓଡ଼ିଶାରେ ,କଣ ଆଜ୍ଞା ବିଶ୍ୱାସ ହେଉନି ନା I କିନ୍ତୁ ହଁ କଥାଟା ସମ୍ପୂର୍ଣ୍ଣ ସତ I ବିଶେଷ କରି ବିଦେଶ ରେ ଗଛ ଘର ବା ଟ୍ରି ହାଉସ ଦେଖିବାକୁ ମିଳୁଥିବା ବେଳେ ଏବେ ଓଡ଼ିଶାରେ ନିର୍ମିତ ହେଇଚି ଏହି ଚର୍ଚିତ ଟ୍ରି ହାଉସ I ସୂଚନା ଅନୁଯାଇ କେନ୍ଦୁଝର ର ବ୍ୟବସାୟୀ ଚିନ୍ମୟ ସାମଲ ନିଜର ପିଲାଦିନର ଇଛା କୁ ପୂରଣ କରିବାକୁ ଏକ ଟ୍ରି ଉପରେ ଘର କରିଛନ୍ତି ଯାହାକି ଏବେ ଚର୍ଚାରେ ରହି ଆସିଛି I

କେନ୍ଦୁଝର ସହର ଉପକଣ୍ଠ ର ନରଣପୁରରେ ଚିନ୍ମୟ ଙ୍କର ଏକ ଜାଗା ରହିଥିଲା ଯେଉଁଥିରେ କି ଏକ ବିଶାଳକାୟ ଶାଳ ଗଛ ରହିଥିଲା I ଶାଳ ଗଛ କୁ ଦେଖିବା ପରେ ସେଥିରେ ଟ୍ରି ହାଉସ କରିବାକୁ ତାଙ୍କର ଇଛା ହେଲା ଏବଂ କାରିଗର ଙ୍କୁ ଡକାଇ ବିଶାଳକାୟ ଶାଳ ଗଛର ଶାଖା ପ୍ରଶାଖା କୁ ଲୁହା ର ନଟ ବୋଲ୍ଟ ରେ ଟାଇଟ କରାଯାଇ କାଠ ଵିମ ଦ୍ୱାରା ଚଟାଣ ତିଆରି କରାଗଲା I

ଏହା ଉପରେ ଦୁଇଟି ବେଡ୍ ରୁମ , ତିନୋଟି ବାଲ୍କୋନି ,କିଚେନ ଏବଂ ଏକ ବାଥ୍ରୁମ୍ ରହିଛି I ବାଲକୋନିରେ ଥିବା ସୁନ୍ଦର ତଥା ଆକର୍ଷଣୀୟ ଫୁଲ କୁଣ୍ଡ ବାଟରେ ଯାଉଥିବା ପଥିକ ଙ୍କୁ କିଛି ସମୟ ରହିବାକୁ ବାଧ୍ୟ କରୁଛି I ଓଡ଼ିଶାରେ ଏପରି ଏକ ନୂତନ ଘର ହେଇଥିବାରୁ ଏହା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟ ର ବିଷୟ ପାଲଟିଛି I

Leave a Reply

Your email address will not be published. Required fields are marked *