ଚତୁର୍ଥୀ ରାତିରେ କାଳବୈଶାଖୀ ର ବଜ୍ରପାତ ରେ ଚାଲିଗଲେ ବର , ବିଧବା ହେଲେ ନବବଧୂ

ସମସ୍ତଙ୍କ ଜୀବନରେ ଚତୁର୍ଥୀ ରାତି ର ଏକ ସ୍ୱତନ୍ତ୍ର ସ୍ଥାନ ରହିଥାଏ I ସେହିଭଳି ଜିତେନ୍ଦ୍ର ଙ୍କ ସ୍ବପ୍ନ ର ରାତି ବାସର ରାତି ପାଖେଇ ଆସୁଥିଲା କିନ୍ତୁ ନିୟତି ର ନିର୍ଦେଶ ଥିଲା କିଛି ଅଲଗା I ଚତୁର୍ଥୀ ରାତିରେ ଚାଲିଯାଇଛି କାଳ ର କରାଳ ରେ ଜିତେନ୍ଦ୍ର ଙ୍କ ଜୀବନ I ସୂଚନା ଅନୁଯାଇ ଘଟଣାଟି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର I ଏହି ଜିଲ୍ଲାର କୋଠଘାଟି ସାହିର ନୂଆ କରି ବିବାହ କରିଥିବା ଜିତେନ୍ଦ୍ର ମୁର୍ମୁଙ୍କର ଗତକାଲି ଚତୁର୍ଥୀ ଥିଲା I

ଘରେ ନୂଆ ବୋହୁ ଏପଟେ ଚତୁର୍ଥୀ ଭୋଜି I ଖୁଶିରେ ଫାଟି ପଡୁଥାଏ ଘର I କିନ୍ତୁ କାଳ ର କୋପ ଦୃଷ୍ଟି ପଡିଗଲା ତାଙ୍କ ଘର ଉପରେ ,ମାଡି ଆସିଥିବା କାଳ ବୈଶାଖୀ ର ବଜ୍ରପାତ ପଡିଥିଲା ଜିତେନ୍ଦ୍ର ଙ୍କ ଘର ଉପରେ Iବଜ୍ରପାତ ରେ ଜିତେନ୍ଦ୍ର, ତାଙ୍କ ନବ ବିବାହିତ ପତ୍ନୀ , ମାଇଁ,ମାମୁ, ଜଣେ ସମ୍ପର୍କୀୟ ଭାଇ ଙ୍କୁ ମିଶାଇ ମୋଟ 5ଜଣ ଗୁରୁତର ଆହତ ହେଇଥିଲେ I

ସମସ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ହସ୍ପିଟାଲ ରେ ଜିତେନ୍ଦ୍ର ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ I ଏପଟେ ଏହି ଘଟଣା ସମଗ୍ର ଅଞ୍ଚଳ ରେ ଶୋକର ଛାୟା ଖେଳାଇ ଦେଇଛି I

Leave a Reply

Your email address will not be published. Required fields are marked *