ଝିଅକୁ ଅଶ୍ଳୀଳ କମେଣ୍ଟସ କରିବା କୁ ବାପା ବିରୋଧ କରିବାରୁ ଯୁବକ ମାନେ ଛୁରୀ ରେ ମାରିଦେଲେ ବାପାକୁ

11 ମେ ରାତିରେ ଯେତେବେଳେ ଅର୍ଚନା ବାପାଙ୍କ ସହ ଔଷଧ ଆଣିବାକୁ ବାହାରିଲେ ସେତେବେଳେ ସେ ଭାଵୀନଥିଲେ କି ଏହା ଥିଲା ତାଙ୍କର ଶେଷ ଯାତ୍ରା ବୋଲି I ଅର୍ଚନାକୁ ସୁରକ୍ଷା ଦେବାକୁ ଯାଇ ବାପାଙ୍କ ଜୀବନ ଚାଲିଗଲା Iପୋଲିସ ଏହି ଘଟଣାରେ ଚାରିଜଣଙ୍କୁ ଧରିଛି I ତାଙ୍କ ଭିତରେ ଅଛନ୍ତି ବାପା ଓ ପୁଅ ଯାହାକୁ କୋର୍ଟକୁ ପଠା ଯାଇଛି I ବଡ ପୁଅ ଛୁରୀରେ ମାରିଥିଲା I ବାକି ଦୁଇଜଣ ନାବାଳକ ଥିଲେ ସେଥିପାଇଁ ତାଙ୍କୁ ବାଳକ ଆଶ୍ରମ ପଠା ଯାଇଥିଲା I ଘଟଣା ପରେ ପୁରା ମାମଲାକୁ ସୋସିଆଲ ମେଡିଆରେ ଦେବା ପାଇଁ ଚେଷ୍ଟା କରାଯାଇଛି I ଏହି ଘଟଣାଟି ଘଟିଛି ରାଜଧାନୀ ଦିଲ୍ଲୀର ମୋତିନଗର ପାଖରେ ଥିବା ଦାରାପୁର ଇଲାକାରେ

I ଏହାର ଗଳି ଏତେ ଛୋଟ ଥୀଲାକି ଯଦି ଦୁଇ ତିନି ଜଣ ଲୋକ ସେହି ଗଳିରେ ଠିଆହୋଇପଡ଼ନ୍ତି ତାହେଲେ ବାଇକି ବା ସ୍କୁଟର ସେଠାରୁ ବାହାରିବା ପାଇଁ ଜାଗା ରହେ ନାହିଁ I ଏମିତି କିଛି ଘଟଣା ଘଟିଥିଲା 11ମେ ରାତିରେ ଏହି ଅଂଚଳରେ ରହୁଥିବା ସୁମିତ ତ୍ୟାଗୀ ନାମକ ଜଣେ ବ୍ୟକ୍ତି ତାଙ୍କ ଝିଅକୁ ହସ୍ପିଟାଲରୁ ଧରି ଫେରୁଥିଲେ ସେତେବେଳ ଅଧା ରାତି ହୋଇଥିଲା I ଅର୍ଚନାର ମୁଣ୍ଡ ବିଣ୍ଡା ହେଉଥିବାରୁ ବାପା ତାଙ୍କୁ ହସ୍ପିଟାଲ ନେଇକି ଯାଇଥିଲେ I ହସପିଟାଲରୁ ଫେରିବା ସମୟରେ ଏକ ଗଳିରେ କିଛି ପୁଅ ଛିଡାହୋଇ କଥାବାର୍ତା ହଉଥିଲେ I ପୁଅମାନେ ରାସ୍ତା ନଛାଡି ଅର୍ଚନାକୁ କମେଟ ପାସ କରିବାକୁ ଲାଗିଲେ I ସୁମିତି କୌଣସୀନା କୌଣସି ଉପାୟରେ ସେଠାରୁ ଖସି ନିଜ ଘରେ ପହଁଚିଲା I ଘରେତ ପହଂଚିଗଲେ କିନ୍ତୁ ତାଙ୍କ କାନରେ ଗୋଟେ କଥା ବାରାମ୍ବାର ବାଜୁଥିଲା ତାହା ହେଉଛି ଝିଅକୁ କମେଟ ପାସ କରିବା I କିଛି ସମୟ ପରେ ସେ ଘରୁ ବାହାରି ଯାଇ ପୁଅମାନଙ୍କ ଘରେ ପହଁଚିଲେ I କମେଟ ପାସ କରିଥିବା ପିଲା ହେଉଛନ୍ତି ସମସ୍ତେ ନିଜେ ନିଜର ଭାଇ I ସୁମିତ ସେହି ପିଲାମାନଙ୍କର ବାପାମାଙ୍କୁ କହିଲେ କିନ୍ତୁ ସେମାନେ ଭୁଲ ମାନିବା ବଦଳେ ଝଗଡା ଆରମ୍ଭ କରିଦେଲେ ସେହି ପିଲାମାନଙ୍କ ସହ ବାପା ସୁମିତଙ୍କୁ ମାରିବା ଆରମ୍ଭ କରିଦେଲେ I

ସେହି ଝଗଡା ଏତେ ବଢ଼ିଗଲାକି ସେମାନେ ସୁମିତ ଉପରକୁ ଛୁରୀ ପ୍ରହାର କଲେ I ବହୁ ସମୟ ଧରି ପିତା ନଫେରିବାରୁ ଅର୍ଚନା ରାସ୍ତାରେ ହୋଇଥିବା ଘଟଣା ବିଷୟରେ ମାଓ ଭାଇକୁ ଜଣାଇଲା I ପୁଅ ଯେତେବେଳେ ଖୋଜିବାକୁ ବାହାରିଲା ସେତେବେଳେ ପିତା ଘାୟଲ ଅବସ୍ଥାରେ ମିଳିଲେ I ସେ ପିତାକୁ ବଂଚେଇବାକୁ ଚେଷ୍ଟା କଲାତ ସେହି ଦୁଷ୍ଟମାନେ ତାକୁଭି ଛୁରୀରେ ମାରିବାକୁ ଚେଷ୍ଟା କଲେ I ତା ପରଦିନ ପିତା ହସ୍ପିଟାଲରେହିଁ ମରିଗଲେ ଓ ପୁଅ ଜୀବନ ଓ ମରଣ ସହ ସଂଘର୍ଷ କରୁଛି Iସୁମିତ ଇଲେକ୍ଟ୍ରି ଜିନିଷ କାରବାର କରୁଥିଲେ ବର୍ତ୍ତମାନ ତାଙ୍କ ଘରେ ସ୍ତ୍ରୀ ,ଗୋଟେ ପୁଅ ଓ ଦୁଇଟି ଝିଅ ଅଛନ୍ତି I ତାଙ୍କ ସ୍ତ୍ରୀଙ୍କ ଦେହ ଖରାପ ଥିଲା

I ବଡ ଝିଅ ଅର୍ଚନା ଏମେନ୍ସିରେ ଚାକିରୀ କରୁଥିଲେ ,ସାନ ଝିଅଭି ଚାକିରି କରିଛି ଓ ପୁଅ କଲେଜେର ପାଠ ପଢୁଛି I ଏହି ଘଟଣା ପରେ ଅର୍ଚନା ଦୁଇଦିନ ଧରି ଭାଇ ସହ ହସ୍ପିଟାଲରେ ଅଛି I ଆଜି ସେ ବାପାଙ୍କ ଅସ୍ଥିକୁ ବିସର୍ଜନ କରିବା ପାଇଁ ହରିଦ୍ୱାର ଯାଇଛି I ଡିସିପି ମୋନିକା ଭରତ୍ଵଜ କହିଲେ ତାପରଦିନ ଚାରିଜଣ ଅଭିଯୁକ୍ତଙ୍କୁ ଧରାଯାଇଥିଲା ତା ଭିତରେ ଦୁଇଜଣ ନାବାଳକ ଥିଲେ ଯାହାକୁ ବାଳ ସୁଧାର ଗୃହକୁ ପଠାଯାଇଛି Iଡିସିପି କହିବା ଅନୁସାରେ ଅଭିଯୁକ୍ତ ରୋଷେଇ ଘରେ ବ୍ୟବହାର ହଉଥିବା ଛୁରୀରେ ପ୍ରହାର କରିଛି I ଅଭିଯୁକ୍ତ ନିଶାରେ ଥିଲେ ତାପରଦିନ ମଧ୍ୟ ସେ ପୁରା ହୋସରେ ଆସିନଥିଲେ I

Leave a Reply

Your email address will not be published. Required fields are marked *