ଭାରତୀୟ ସେନା ପାଇଁ ଆସୁଛି ନୂଆ ପୋଷାକ:ଖରା ବର୍ଷା କୁ ସୁହାଇବା ପାଇଁ ଚାଲିଛି ପୋଷାକ ଡିଜାଇନ

ବଦଳିପାରେ ଭାରତୀୟ ସେନାର ପୋଷାକ।ସେନାର ପୋଷାକକୁ ଅଧିକ ସ୍ମାର୍ଟ୍ ଏବଂ ଆରାମଦାୟକ କରିବା ପାଇଁ ପୋଷାକରେ କଣ ସବୁ ପରିବର୍ତ୍ତନ କରାଯିବ ସେ ନେଇ ସେନାମୁଖ୍ୟଳୟର ଅଧିକାରୀଙ୍କ ମଧ୍ୟରେ ଚର୍ଚ୍ଚା ଏବଂ ଆଲୋଚନା ହୋଇଛି।ଏଥିପାଇଁ ଦେଶର ପୋଷାକକୁ ମଧ୍ୟ ପରଖା ଯାଉଛି।
ସେଣମୁଖ୍ୟାଳୟର ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ ପ୍ୟାଣ୍ଟ୍ ଏବଂ ସାର୍ଟ କୁ ମଧ୍ୟ ଭିନ୍ନ ଭିନ୍ନ ରଙ୍ଗ କରିବା ନେଇ ବିଚାର ବିମର୍ଷ ଚାଲିଛି।ଯେଉଁଥିରେ ସେନାର ଯବାନ ମାନେ ଅଧିକ ସ୍ମାର୍ଟ୍ ଦେଖାଯିବେ।

ଏପରିକି ଟେରିକଟ କପଡ଼ାରେ ଏବେ ଯେଉଁ ପୋଷାକ ସେନାର ଯବାନ ମାନେ ପିନ୍ଧୁଛନ୍ତି ତାହା ଖରା ଏବଂ ବର୍ଷା ଦିନେ ଆରାମଦାୟକ ଲାଗୁନାହିଁ।ଏହା ପୂର୍ବରୁ ୩ ଥର ଭାରତୀୟ ସେନାର ପୋଷାକ ବଦଳାଯାଇଥିଲା।ସ୍ବାଧୀନତାର ପ୍ରଥମ ବର୍ଷ ପାକିସ୍ଥାନ ସେନାର ପୋଷାକ ଠାରୁ ଭାରତୀୟ ସେନାର ପୋଷାକ ଭିନ୍ନ କରିବା ଲାଗି କରାଯାଇଥିଲା।
ଦ୍ଵିତୀୟ ଥର ୧୯୦୮ ରେ ଭାରତୀୟ ସେନାର ପୋଷାକ ବଦଳାଯାଇଥିଲା। ସୂତା ପୋଷାକରୁ ପଲିଷ୍ଟର ପୋଷାକ ପିନ୍ଧିଥିଲେ ସେନା।ଅର୍ଦ୍ଧ ସୈନିକ ଯେପରିକି ବିଏସଏଫ ଓ ସିଆରପିଏଫ୍ ମଧ୍ୟ ଏହି ପୋଷାକ ପିନ୍ଧିବା ଫଳରେ ଭାରତୀୟ ସେନା ୨୦୦୫ ମସିହାରେ ଏହି ପୋଷାକରେ ରଙ୍ଗରେ କିଛିଟା ପରିବର୍ତ୍ତନ କରିଥିଲା।

Leave a Reply

Your email address will not be published. Required fields are marked *