ହିନ୍ଦୁ ମହିଳାମାନେ ନଡିଆ ଭାଙ୍ଗିବା ଉଚିତ ନୁହେଁ, ଜାଣନ୍ତୁ କାହିଁକି

ହିନ୍ଦୁ ଧର୍ମର ପୂଜା ପର୍ବରେ ନଡ଼ିଆର ବିଶେଷ ମହତ୍ତ୍ଵ ଥାଏ। ପ୍ରତ୍ୟେକ ଶୁଭ କାର୍ଯ୍ୟରେ ନଡ଼ିଆ ବ୍ୟବହାର କରାଯାଇଥାଏ।ପୂଜା,ବ୍ରତ,ବିବାହ ତଥା ଅନ୍ୟାନ୍ୟ ଶୁଭ କାମରେ ନଡ଼ିଆ ବ୍ୟବହାର କରିବା ଗୁରୁତ୍ୱପୂର୍ଣ୍ଣ।ନଡ଼ିଆ ଲକ୍ଷ୍ମୀ ମାଅା ଙ୍କ ପ୍ରତୀକ ବୋଲି କୁହାଯାଏ।କୌଣସି ଶୁଭ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ନଡ଼ିଆ ଭାଙ୍ଗିଯାଇ ପୂଜା କରାଯାଏ।

ଦେବା ଦେବୀଙ୍କ ପୂଜାରେ ନଡ଼ିଆ ଲଗାଇଲେ ମଣିଷ ଜୀବନ ମଙ୍ଗଳଦାୟକ ହୋଇଥାଏ। କିନ୍ତୁ ହିନ୍ଦୁ ଧର୍ମରେ ଦେଖାଯାଏ କି ବିବାହିତ ମହିଳା ନଡ଼ିଆ ବାଡେଇବା ଅନୁଚିତ୍।ଏହି ପରମ୍ପରାକୁ ଅନେକ ଲୋକ ମାନନ୍ତି।ଏହାର କାରଣ ହେଲା ହିନ୍ଦୁ ଧର୍ମରେ ମହିଳାମାନଙ୍କୁ ଲକ୍ଷ୍ମୀଙ୍କର ରୂପ ବୋଲି ମାନନ୍ତି।ସେହିଭଳି ନଡ଼ିଆକୁ ସୃଷ୍ଠିର ମୂଳ ବୋଲି କୁହାଯାଏ।ହିନ୍ଦୁ ଦର୍ଶନ ଅନୁସାରେ ସୃଷ୍ଟିରେ ହେଉଥିବା ପ୍ରଥମ ଫଳ ହେଉଛି ନଡ଼ିଆ।ଯେଉଁଠାରେ ନଡ଼ିଆ ବିଧି ଅନୁସାରେ ସ୍ଥାପିତ କରାଯାଏ ସେଠାରେ ଲକ୍ଷ୍ମିଦେବି ବାସ କରିଥାନ୍ତି।

ନଡ଼ିଆକୁ ପ୍ରଥମ ବିଜ ବୋଲି ମଧ୍ୟ ବିବେଚନା କରାଯାଏ।ଏହାକୁ ମଧ୍ୟ ପ୍ରଜନନ ତତ୍ତ୍ଵ ଭାବେ ଧରାଯାଏ।ନଡ଼ିଆକୁ ନାରିକେଳ ବୋଲି ମଧ୍ୟ କୁହାଯାଏ।ନାରୀଟିଏ ଜନନୀ ମଧ୍ୟ ହୋଇଥାଏ।ଏହି କାରଣରୁ ନାରୀ ନାରିକେଳ ଭାଙ୍ଗିବା ହିନ୍ଦୁ ଧର୍ମର ବିଧି ସମ୍ମତ ନୁହେଁ।

Leave a Reply

Your email address will not be published. Required fields are marked *