ପୁରୀରେ ବିଦ୍ୟୁତ ମରାମତି ସମୟରେ ଶ୍ରମିକ ମୃତ,ବିନା ହେଲମେଟ ,ଗ୍ଳୋବ୍ସ ରେ ଜେଇ ବାଧ୍ୟ କରିଥିଲେ କାମ କରିବାକୁ

ବାତ୍ୟା ଫନି ତାଣ୍ଡବ ରଚି ଚାଲିଯାଇଥିବା ବେଳେ ଭୁଶୁଡି ପଡିଥିବା ବିଦ୍ୟୁତ ବ୍ୟବସ୍ଥାର ସୁଧାର ଆଣିବାକୁ ଦିନ ରାତି ଏକ କରି କାମ କରୁଛନ୍ତି ବିଦ୍ୟୁତ କର୍ମଚାରୀ I ଗତ ଦୁଇଦିନ ତଳେ ଫେଡ଼କୋ ର ଜଣେ କର୍ମଚାରୀ ଙ୍କ ଖୁଣ୍ଟରୁ ପଡି ଜୀବନ ଚାଲିଯାଇଥିବା ବେଳେ ଆଜି ପୁଣି ଆଉ ଜଣଙ୍କ ଜୀବନ ଚାଲିଯାଇଛି I ତେବେ ଆଜିର ଘଟଣା ସମ୍ପୂର୍ଣ୍ଣ ଅବହେଳା ବୋଲି କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି I

ଶ୍ରମିକ ମାନଙ୍କ ଅଭିଯୋଗ ପୁରୀ ସେସୁ ର କଚେରୀ ସେକ୍ସନ ରେ କାର୍ଯ୍ୟ କରୁଥିବା ପବିତ୍ର ଜେନା ଙ୍କୁ ଗତକାଲି ବିଳମ୍ବିତ ରାତ୍ରି ରେ ଜେଇ ଖୁଣ୍ଟରେ ଚଢି କାମ କରିବାକୁ ବାଧ୍ୟ କରିଥିଲେ ଜଣେ ଭିଆଇପି ଙ୍କୁ ବିଦ୍ୟୁତ ସଂଯୋଗ ଦେବାକୁ I ଏତେ ରାତ୍ରିରେ ବିନା ଗ୍ଳୋବ୍ସ ଏବଂ ହେଲମେଟ ରେ କାମ କରିବାକୁ ପବିତ୍ର ମନା କରିଥିଲେ ମଧ୍ୟ ଜେଇ କହିଥିଲେ କି ଏହା ଡେଡ଼ ଲାଇନ ତେଣୁ ଜେଇ ଙ୍କ କଥାରେ ବାଧ୍ୟ ହେଇ ପବିତ୍ର ମରାମତି କରୁଥିବା ସମୟରେ ବିଦ୍ୟୁତ ଆଘାତ ରେ ତଳକୁ ଖସିପଡିଥିଲେ ଏବଂ ଘଟଣା ସ୍ଥଳରେ ମୃତ୍ୟୁ ହେଇଥିଲା I

ପବିତ୍ର ଙ୍କୁ ହସ୍ପିଟାଲ ରେ ପୋର୍ଟମର୍ଟମ କରାଯାଇଥିଲେ ମଧ୍ୟ ବରିଷ୍ଠ କର୍ମଚାରୀ ସାକ୍ଷାତ କରିନଥିଲେ ,ମୃତକ ଙ୍କୁ ତୁରନ୍ତ କ୍ଷତି ପୂରଣ ଯୋଗାଇଦେବାକୁ ହସ୍ପିଟାଲ ରେ ଧାରଣା ରେ ବସିଥିଲା ବିଦ୍ୟୁତ କର୍ମଚାରୀ ସଂଘ ।

ସୂଚନା ଅନୁଯାଇ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ ରୁ ପବିତ୍ର ଙ୍କ ପାଇଁ ପନ୍ଦର ଲକ୍ଷ କ୍ଷତିପୂରଣ ଯୋଗାଇ ଦିଆଯାଇଥିବା ବେଳେ ସେସୁ ତରଫରୁ 5ଲକ୍ଷ ଅନୁକମ୍ପା ମୂଳକ ସହାୟତା ଦିଆଯିବ ବୋଲି ପ୍ରତିଶୃତି ମିଳିଛି I ଏହା ସହିତ ମୃତକ ଙ୍କ ଘରୁ ଜଣଙ୍କୁ ଚାକିରୀ ଦିଆଯିବ I

Leave a Reply

Your email address will not be published. Required fields are marked *