ମୁଁ ଗାନ୍ଧୀ ଙ୍କୁ କାହିଁକି ମାରିଲି ? ନାଥୁରାମ ଗଡସେ ର ଅନ୍ତିମ ବୟାନ ଯାହା ସମସ୍ତେ ଜାଣିବା ଉଚିତ

30 ଜାନୁଆରୀ 1948 ଦିନ ନାଥୁରାମ ଗଡସେ ଗାନ୍ଧୀଙ୍କୁ ଗୁଳି ମାରି ହତ୍ୟା କରିଥିଲେ I ଗାନ୍ଧୀଙ୍କୁ ଗୁଳି କରିବା ପରେ ସେ ଘଟଣା ସ୍ଥଳରେ ଫେରାର ନହେଇ ଆତ୍ମସମର୍ପଣ କରିଥିଲେ I ନାଥୁରାମ ଗଡସେଙ୍କ ଶେଷ ବୟାନ ,କୁହାଯାଉଛିକି ଏହାକୁ ଶୁଣିବା ପରେ ଅଦାଲତରେ ଉପସ୍ଥିତ ଥିବା ସବୁ ଲୋକଙ୍କ ଆଖିରେ ପାଣି ଆସିଗଲା ଓ କିଛି ଲୋକ କାନ୍ଦିବାକୁ ଲାଗିଲେ I ଜଜ ମହୋଦୟ ନିଜ ଟିପ୍ପଣୀରେ ଲେଖିଲେକି ଯଦି ଅଦାଲତରେ ଉପସ୍ଥିତ ଥିବା ଲୋକଙ୍କୁ ଫୈସଲା ଦେବାକୁ କୁହାଯାଇଥାନ୍ତା ତ ସେମାନେ ନାଥୁରାମର ନିର୍ଦୋଷ ହେବାର ଆଦେଶ ଦେଇଥାନ୍ତେ I
ନାଥୁରାମ ଗଡସେଙ୍କ ଶେଷ ବୟାନର କିଛି ଅଂଶ :

ନାଥୁରାମ ତାଙ୍କ ବୟାନରେ କହିଲେ ସମ୍ମାନ,କର୍ତବ୍ୟ ଓ ଦେଶବାସୀଙ୍କ ପ୍ରତି ଭଲପାଇବା କେବେ କେବେ ଆମକୁ ଅହିଂସା ସିଧାନ୍ତରୁ ହଟିଯିବା ପାଇଁ ବାଧ୍ୟ କରୁଛି I ମୁ ଏହା କେବେ ମାନିବି ନାହିକି କୌଣସି ଆକ୍ରମଣର ବିରୋଧ କରିବା ଭୁଲୁ ଥିଲା ବୋଲି I ପ୍ରତିରୋଧ କରିବା ବା ଏଭଳି ଶତ୍ରୁକୁ ବଳପୂର୍ବକ ନିଜ ନିୟନ୍ତ୍ରରେ ରଖିବାକୁ ମୁ ଧାର୍ମିକ ଓ ନୈତିକ କର୍ତବ୍ୟ ମାନୁଛି ମୁସଲମାନ ତାଙ୍କ ମନମୁତାବିକ ଯାହା ଇଛା ତାହା କରୁଥିଲେ କଂଗ୍ରେସ ତାଙ୍କ ଇଛା ସାମ୍ନାରେ ଆତ୍ମସମର୍ପଣ କରିଦେଲା I

ସେ ଏକେଲାହିଁ ପ୍ରତେକ ବସ୍ତୁ ଓ ବ୍ୟକ୍ତିର ନିର୍ମାଣକାରୀ ଥିଲେ I ମହାତ୍ମା ଗାନ୍ଧୀ ନିଜ ପାଇଁ କୋର୍ଟ ଓ ଜଜ୍ ଥିଲେ I ମହାତ୍ମା ଗାନ୍ଧୀ ମୁସଲମାନ ମାନଙ୍କୁ ଖୁସି ରଖିବା ପାଇଁ ହିନ୍ଦୀ ଭାଷାର ସୌନ୍ଦର୍ଯ୍ୟ ଓ ସୁନ୍ଦରତା ସହ ବଳତ୍କାର କଲେ I ଗାନ୍ଧୀଙ୍କ ସାରା ପ୍ରୟୋଗ କେବଳ ଓ କେବଳ ହିନ୍ଦୁଙ୍କ କିମତ ଉପରେ କରାଯାଉଥିଲା I ଯେଉଁ କଂଗ୍ରେସ ନିଜ ଦେଶଭକ୍ତି ଓ ସମାଜବାଦର ଦମ୍ଭ ଭରୁଥିଲା I ସେହି କଂଗ୍ରେସ ଗୁପ୍ତ ଭାବରେ ପାକିସ୍ତାନକୁ ସ୍ୱୀକାର କଲା ଓ ଆତ୍ମସମର୍ପଣ ମଧ୍ୟ କଲା I ମୁସଲିମ୍ ସୃଷ୍ଟିକରଣର ନିତିଯୋଗୁ ଭାରତମାତାକୁ ଦୁଇଖଣ୍ଡ କରିଦିଆଗଲା ଓ 15 ଅଗଷ୍ଟ 1947 ପରେ ଦେଶର ଏକ ଅଂଶ ଆମ ପାଇଁ ବିଦେଶ ଭୂମି ପାଲଟି ଗଲା I

ନେହୁରୁଙ୍କ ଏକ ଧର୍ମକୁ ଆଧାର କରି ଅଲଗା ରାଜ୍ୟ ବନାଇଦିଆଗଲା I ଯେତେବେଳେ କଂଗ୍ରେସର ଶୀର୍ଷ ନେତାମାନେ ଗାନ୍ଧୀଙ୍କ ସହମତିରେ ଏହି ଦେଶକୁ କାଟିଦେଲେ ,ଯାହାକୁ ଆମେ ପୂଜାର ବସ୍ତୁ ମାନୁଥିଲେ ,ସେଥିପାଇଁ ମୋର ମସ୍ତିସ୍କ ଭୟଙ୍କର କ୍ରୋଧରେ ଭରିଗଲା Iମୁ ସାହସର ସହ କହୁଛି ଗାନ୍ଧୀ ତାଙ୍କ କର୍ତବ୍ୟରୁ ଅସଫଳ ହୋଇଗଲେ I ନିଜେ ପାକିସ୍ତାନର ପିତା ଵନିବାକୁ ନିଶ୍ଚିନ୍ତ କଲେ I

ମୁ କହୁଛି ମୋର ଗୁଳି ଏମିତି ଏକ ବ୍ୟକ୍ତି ଉପରେ ଚଳାଯାଇଛି ଯାହାର ନୀତି ଓ କାର୍ଯ୍ୟରେ କାରୋଡ଼ ହିନ୍ଦୁଙ୍କୁ ବର୍ବାଦି ଓ ବିନାଶ ମିଳିଛି ଏମିତି କୌଣସି କାନୁନୁ ପ୍ରକିୟା ନାହିଁ ଯାହା ଦ୍ୱାରା ସେହି ବ୍ୟକ୍ତିକୁ ସଜ୍ଜା ମିଳିପାରିବ ଏଥିପାଇଁ ମୁ ସେଇ ଘାତକ ରାସ୍ତାକୁ ଆପଣାଇଲି I ମୁ ମୋ ପାଇଁ ଅନୁରୋଧ କରିବି ନାହିଁ ଯାହା ମୁ କରିଛି ତା ପାଇଁ ମୁ ଗର୍ବିତ ଅଛି I ଯେପର୍ଯ୍ୟନ୍ତ ସିନ୍ଧୁ ନଦୀ ଭାରତର ଧ୍ୱଜ ତଳେ ନବୋହିଛି ସେପର୍ଯ୍ୟନ୍ତ ମୋର ଅସ୍ଥିକୁ ବିସର୍ଜନ କରିବେ ନାହିଁ I

ନାଥୁରାମ ଅଦାଲତରେ ସ୍ୱୀକାର କଲେକି ଗାନ୍ଧୀ ବହୁତ ବଡ ଦେଶଭକ୍ତ ଥିଲେ I ମୁ ତାଙ୍କର ବହୁତ ସମ୍ମାନ କରେ କିନ୍ତୁ କୌଣସି ଦେଶଭକ୍ତକୁ ଦେଶ ଦୁଇଖଣ୍ଡ କରିବାର ଅନୁମତି ଦେଇପାରିବି ନାହିଁ I ଗାନ୍ଧୀଙ୍କ ହତ୍ୟା ଛଡା ମୋ ପାଖରେ ଅନ୍ୟ କୌଣସି ଉପାୟ ନଥିଲା I

One Comment on “ମୁଁ ଗାନ୍ଧୀ ଙ୍କୁ କାହିଁକି ମାରିଲି ? ନାଥୁରାମ ଗଡସେ ର ଅନ୍ତିମ ବୟାନ ଯାହା ସମସ୍ତେ ଜାଣିବା ଉଚିତ”

Leave a Reply

Your email address will not be published. Required fields are marked *