ବିଳମ୍ବ ରାତ୍ରିରେ ଖାଦ୍ୟ ଖାଇବା ଦ୍ୱାରା ମାଡି ଆସିଥାଏ ଏତେ ସବୁ ସମସ୍ୟା

ଘରେ ବଡମାନେ କହିଥାନ୍ତି ରାତି 8ଟା ପରେ ଖାଦ୍ୟ ଖାଇଲେ ତାହା ଦେହ ପାଇଁ କ୍ଷତିକାରକ ହୋଇପାରେ I
ଗ୍ରାମାଞ୍ଚଳରେ ଲୋକମାନେ ରାତି 8ଟା ପରେ ବା ପୂର୍ବରୁ ଖାଦ୍ୟ ଖାଇଥାନ୍ତି I ସହରର ଜୀବନଶୈଳୀ ଗ୍ରାମାଞ୍ଚଳଠାରୁ ପୁରା ଅଲଗା ହୋଇଥାଏ I ସହରରେ ଲୋକ ସାଧାରଣତ ବିଳମ୍ବ ରାତିରେ ଖାଦ୍ୟ ଖାଇଥାନ୍ତି I ବିଳମ୍ବ ରାତିରେ ଖାଦ୍ୟ ଖାଇବା ଦେହ ପାଇଁ ବହୁତ କ୍ଷତିକାରକ ହୋଇଥାଏ I ବିଳମ୍ବ ରାତିରେ ଖାଦ୍ୟ ଖାଇବା ଦ୍ୱାରା ମୋଟା ହେବାର ଅଧିକ ଆଶଙ୍କା ବଢ଼ିଯାଇଥାଏ I ଯେତେବେଳେ ଲୋକ ନାଇଟି ଇଟିଙ୍ଗି ସିଣ୍ଡ୍ରୋମ ରେ ପୀଡିତ ହୋଇଥାନ୍ତି ସେତେବେଳେ ସେ ଖାଇବା ସମୟରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ ନିଅନ୍ତି I

ବିଳମ୍ବ ରାତିରେ ଖାଇବା ଦ୍ୱାରା ନିଦ ସହ ଜଡିତ ବହୁ ପ୍ରକାରର ସମସ୍ୟା ଦେଖାଦେଇଥାଏ I ବିଳମ୍ୱରେ ଖାଇବା ଦ୍ୱାରା ଚିଡ଼ାପଣ ରହିବାର ଆଶଙ୍କା ଥାଏ I ଯଦି ଆପଣଙ୍କର ବିଳମ୍ବ ରାତିରେ ଖାଇବାର ଅଭ୍ୟାସ ଥାଏ ତାହେଲ ଚେଷ୍ଟା କରନ୍ତୁ ସେଥିରେ ଯେମିତି ଫାଇବରର ମାତ୍ରା ଅଧିକ ରହିବ

I ଖାଦ୍ୟ ଶୀଘ୍ର ଖାଇଲେ ମଧ୍ୟ ସମସ୍ୟା ଦେଖାଦେଇଥାଏ ଚେଷ୍ଟା କରନ୍ତୁ ଖାଇବା ସମୟ ଠିକ ରଖିବାକୁ I ନିୟମ ଅନୁସାରେ ସନ୍ଧ୍ୟା ସମୟରେ କିଛି ହାଲକା ଜିନିଷ ଖାଇପାରନ୍ତି I ସେ ଯେମିତି ଫାଷ୍ଟଫୁଡୁ ନହୋଇ କିଛି ହେଲଦି ଜିନିଷ ଥିବ I ସନ୍ଧ୍ୟା ସମୟରେ ଜଳଖିଆ କରିବା ପରେ କିଛି ସମୟ ଥାଏ ସେହି ସମୟ ମଧ୍ୟରେ ଆପଣଙ୍କର ଜଳଖିଆ ହଜମ ହୋଇଯାଏ ତା ପରେ ଆପଣ ଡିନର କରିପାରିବେ I

Leave a Reply

Your email address will not be published. Required fields are marked *